jsm

ମାଲପଡା ନାଗରିକ କମିଟିର ବୈଠକ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ପଡାର କେତେକ ଲୋକ ଇହଧାମ ତ୍ୟାଗ କରିଥିବାରୁ ତାଙ୍କର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ପରିବେଶ ସୁରକ୍ଷା ପାଇଁ ପଡାର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯିବାକୁ ସ୍ଥିର କରାଗଲା । ଅନ୍ୟ ଏକ ଆଲୋଚନା କ୍ରମେ ମାଲପଡାର ବର୍ଷା ବିତ୍ପାତ ଯୋଗୁଁ ସ୍କୁଲ ଘର ଓ ପାଚେରୀ ଭାଙ୍ଗି ଯାଇଥିବାରୁ ଏହାକୁ ନୂତନ ଭାବରେ ନିର୍ମାଣ କରାଯିବା ପାଇଁ ପୌର ପାଳିକାକୁ ଅନୁରୋଧ କରାଯାଇଥିଲା । ଏହାର ସ୍ଥିତି ଅନୁଧ୍ୟାନ କରି ପୌରାଧ୍ୟକ୍ଷା ଲିକା ସାହୁ ଏହି କାର୍ଯ୍ୟ ତ୍ୱରାନ୍ୱିତ କରି କାର୍ଯ୍ୟ ଆରମ୍ଭ କରାଯାଇଥିବାରୁ ସଂଘ ତରଫରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ସହରରେ ବହୁଳ ପରିମାଣରେ ପଲିଥିନ ବ୍ୟବହାର ଯୋଗୁଁ ପରିବେଶ ଦୂଷିତ ହେଉଛି ଏବଂ ଗାଈଗୋରୁ ପଲିଥିନ ଖାଇ ମୃତ୍ୟୁବରଣ କରୁଛନ୍ତି । ଏଥିପାଇଁ ଜିଲ୍ଲାପାଳ ଓ ପୌରପାଳିକାକୁ ପଲିଥିନ ମୁକ୍ତ କରିବା ପାଇଁ ପତ୍ରାଳାପ କରିବାକୁ ସ୍ଥିର କରାଗଲା । ସଭ୍ୟ ଦୟାସାଗର ବଗର୍ତ୍ତି, ବିନୋଦ ପାଣିଗ୍ରାହୀ ଓ ନିମାଇଁ ଚରଣ ଦାଶଙ୍କୁ ସମ୍ମାନିତ କରାଗଲା । ଏହି ସଭାରେ ଉପ-ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, ସଂପାଦକ ପଂଚାନନ ସେଠ, ସହ-ସଂପାଦକ ଅଶୋକ କୁମାର ଚାନ୍ଦ, କୋଷାଧ୍ୟକ୍ଷ ଦିବାକର ହୋତା, ସଭ୍ୟ ଅମିୟ କୁମାର ମିଶ୍ର, ସୂର୍ଯ୍ୟଭାନୁ ମିଶ୍ର, ଦେବଜିତ ଯୋଷୀ, ଶିବ ପ୍ରସାଦ ଶତପଥି, ସୁବାଷ ଚନ୍ଦ୍ର ପାତ୍ର ଓ ସନ୍ତୋଷ କୁମାର ସାହୁ ଆଦି ଆଲୋଚନାରେ ଭାଗ ନେଇଥିଲେ ।

yuvodaya
Leave A Reply

Your email address will not be published.