jayashree

କୁଣ୍ଡାବୁଟୁଲା ହାଇସ୍କୁଲର କ୍ରୀଡା ଶିକ୍ଷକ ଅବସରକାଳୀନ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କୁଣ୍ଡାବୁଟୁଲା ଗାଁରେ ଥିବା ଛେଲିଆ ସାହୁ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁରେଶନ ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଧୀର ସାହୁ ସଭା ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ କୁଣ୍ଡାବୁଟୁଲା ସରପଞ୍ଚ ପୂର୍ଣ୍ଣିମା ବେହେରା, ସମ୍ମାନିତ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘର ସଭାପତି କୋଷରାଜ୍ ବେହେରା, ହିନ୍ଦୀ ଶିକ୍ଷକ ପ୍ରତାପ ସାହୁ, ବିଜ୍ଞାନ ଶିକ୍ଷୟିତ୍ରୀ ନିର୍ମଲା ସିଂ, କମିଟିର ହଂସରାଜ୍ ସାହୁଙ୍କ ସମେତ ଗାଁର ଭଦ୍ରବ୍ୟକ୍ତି, ପୁରାତନ ଛାତ୍ରଛାତ୍ରୀ, ନୂତନ ଛାତ୍ରଛାତ୍ରୀ କୁଣ୍ଡାବୁଟୁଲା ଗାଁକୁ ବାଜା ବଜାଇ ନଗର ପରିକ୍ରମା କରିଥିଲେ । ପରେ ତାଙ୍କ ଶ୍ରୀରାମ ଗ୍ରାମକୁ ସମସ୍ତେ ସୁରେଶନ୍ ବେହେରାକୁ ଛାଡ଼ି ଦେଇଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.