csstore

ଆମ ପୁଲିସର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନାର ଆମ ପୁଲିସ କମିଟି ତରଫରୁ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ପ୍ରଭାରୀ ବୈଦ୍ୟନାଥ ସାହୁଙ୍କ ଅଧ୍ୟକ୍ଷତା ଓ ଆବାହକ ଡ. ସୁମନ ଦତ୍ତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆସନ୍ତା ରଥଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା, ସାଇବର ଅପରାଧ, ଦୃତଗତିରେ ଗାଡି ଚାଳନା, ପରିବେଶ, ପରିଚ୍ଛନ୍ନତା, ଟ୍ରାଫିକ ସମସ୍ୟା, ବୟସ୍କ ନାଗରିକଙ୍କ ସୁରକ୍ଷା ଆଦି ଉପରେ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ ସବଇନ୍ସପେକ୍ଟର ଦୁର୍ଯ୍ୟୋଧନ ପ୍ରଧାନ, ଏଏସ୍‌ଆଇ ମନୋରଞ୍ଜନ ପରିଡା ଓ ସୁରେଶ ଦାସ ଓ ଆମ ପୁଲିସ ତରଫରୁ କୁଞ୍ଜବିହାରୀ ରାଉତ, ନିହାର ଦାସ, ସୁବାସ କୁମାର ଗୁପ୍ତା, ସଂଗ୍ରାମ ମହାନ୍ତି, ଶ୍ୟାମସୁନ୍ଦର ସ୍ୱାଇଁ, ମୁରଲୀଧର ମିଶ୍ର, ଦିବାକର ନାୟକ, ଭଗବାନ ବିଶ୍ୱାଳ, ବିନୋଦ କୁମାର ଚୌଧୁରୀ, ଚନ୍ଦ୍ରକାନ୍ତ ସାହୁ, ଟିଙ୍କୁ ପାଲ,ସମସାଦ ଆଲାମ, ଅଜୟ କୁମାର ଦାସ, ସସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସବଇନ୍ସପେକ୍ଟର ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.