csstore

ନଅଗାଁ କ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ନଅଗାଁ(କ) କ୍ଲଷ୍ଟର ଅନ୍ତର୍ଗତ ବାଇଗଣଖାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଷଷ୍ଠ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସିଆର୍‌ସିସି ଦେବାଶିଷ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବୈଠକରେ ଏଫ୍‌ଏଲ୍‌ଏନ୍‌ ତଥା ବିଦ୍ୟାଳୟ ଗୁଡିକରେ ଅନୁଷ୍ଠିତ ହେଉଥିବା ବିଭିନ୍ନ କାର୍ଯ୍ୟକଳାପ ଗୁଡିକର ଆଲୋଚନା ହୋଇଥିଲା । ଶିକ୍ଷକଶିକ୍ଷୟିତ୍ରୀ ବିଭିନ୍ନ ଶୈଖିକ ବିଷୟ ଗୁଡିକରେ ଭାଗ ନେଇଥିଲେ । ସିଆର୍‌ସିସି ଦେବାଶିଷ ସାହୁ ଡିସେମ୍ବର ମାସର ଶୈକ୍ଷିକ କାଲେଣ୍ଡର ପାଠ ଖସଡା ବିଷୟରେ ସମସ୍ତଙ୍କୁ ସୂଚନା ଦେଇଥିଲେ । ନମୁନା ପାଠ ଖସଡ଼ା ଓ ଶିକ୍ଷାଦାନ ସମୟରେ ଶିକ୍ଷକଙ୍କ ଗତିବିଧି ପ୍ରସ୍ତୁତ କରି ଉପସ୍ଥାପନ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀମାନେ ଆୟୋଜକ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟରେ କାର୍ଯ୍ୟକାରୀ ହେଉଥିବା ବେଷ୍ଟ ପ୍ରାକ୍ଟିସ ଗୁଡ଼ିକ ନିଜ ବିଦ୍ୟାଳୟରେ ପ୍ରୟୋଗ କରିବା ପାଇଁ ମତ ପୋଷଣ କରିଥିଲେ । ଏହି ଶିକ୍ଷା ବର୍ଷରୁ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷାରେ ପାସ ଫେଲ ବ୍ୟବସ୍ଥା ଥିବାରୁ ପରୀକ୍ଷାକୁ କିପରି ପରିଚାଳନା କରାଯିବ, କେଉଁ ପ୍ରକ୍ରିୟାରେ ମୂଲ୍ୟାୟନ କରାଯିବ ତାହାର ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ବହିଦାର ସଭାପତି ଦାୟିତ୍ୱ ତୁଲାଇଥିବା ବେଳେ, ପ୍ରଧାନ ଶିକ୍ଷକ ଭରତ ପଧାନ, କିରେଶ୍ୱର ଦୀପ, ଅରୁଣ ଦଶ, କିଶୋର ଚନ୍ଦ୍ର ବର୍ଗେ, ଲିଲି ଭୋଇ, ଶିକ୍ଷକ ପ୍ରିୟବର୍ଦ୍ଧନ ସାହୁ, ସନୋଜ କୁମାର ନାଗ, ଲକ୍ଷ୍ମୀକାନ୍ତ ସାହୁ, ସନତ କୁମାର ସାହା, ବାଲେଷ୍ଟର ମେହେର, ଶିକ୍ଷୟିତ୍ରୀ ଦଶମୀ ସାହୁ, ରୁକ୍ମିଣୀ ସାହୁ, ମଞ୍ଜୁଲତା ସାହୁ ପ୍ରମୂଖ ଅଂଶ ଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.