jsm

ବ୍ଲକ ସ୍ତରୀୟ ଜଙ୍ଗଲ ଅଧିକାରୀ କମିଟି ସମୂହ ବୈଠକ

csstore

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଫଲ୍‌ସାମାଲଠାରେ ବ୍ଲକସ୍ତରୀୟ ଜଙ୍ଗଲ ଅଧିକାର କମିଟିମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଜଙ୍ଗଲ ସୁରକ୍ଷା ଫୋରମ ର ଆବାହକ କୁଳମଣି ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ରତାଖଣ୍ଡି, ତାଲଜୁରି, ବାନିପାଲି, ଉତ୍ସବପାଲି, ଫଲ୍‌ସାମାଲ, ସାନଝାଙ୍କରପାଲି, ଉପରବାହାଲ, ଜାମଜୁରି, ଠାକୁରପାଲି, ସିଂହାଣୀମୁଣ୍ଡା ପ୍ରଭୃତି ୧୦ ଖଣ୍ଡ ଗ୍ରାମର ଜଙ୍ଗଲ ଅଧିକାର କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ଅନୁସୂଚିତ ଜନଜାତି ଓ ପାରମ୍ପରିକ ବନବାସୀଙ୍କୁ ସେମାନଙ୍କ ବ୍ୟକ୍ତିଗତ, ଗୋଷ୍ଠୀଗତ ତଥା ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ପ୍ରଦାନ ଦିଗରେ ସରକାରୀ ସ୍ତରରେ ଅହେତୁକ ବିଳମ୍ବ ଯୋଗୁଁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ବ୍ୟକ୍ତିଗତ ତଥା ଗୋଷ୍ଠୀଗତ ପଟ୍ଟା ପ୍ରଦାନ ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବା ଯୋଗୁଁ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ବୈଠକରେ ଚେତାବନୀ ଦିଆଯାଇଥିଲା । ଏହି ଅବସରରେ ବ୍ଲକ ସ୍ତରୀୟ ଗ୍ରାମସଭା ସମୂହ ଜଙ୍ଗଲ ଅଧିକାର କମିଟି ଗଠନ କରାଯାଇଥିଲା । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ରାଧାକାନ୍ତ ନାଏକ, ସମ୍ପାଦକ ଚୈତନ୍ୟ ବାଗ, ଉପସଭାପତି ମୋତିରାମ ବରିହା, ସହ ସମ୍ପାଦକ ବିଜୟ ସୁନା ମନୋନୀତ ହୋଇଥିବାବେଳେ କାର୍ଯ୍ୟକାରୀ କମିଟିରେ ଦୈତାରୀ ବରିହା, ଗୋପୀ ଛତ୍ରିଆ, କୈଳାସ ବରିହା, ପୁସ୍ତମ ବଗର୍ତ୍ତି, ପିଣ୍ଟୁ ଘିବେଲା, ଗୁଣନିଧି ବରିହା, ସୁରେନ୍ଦ୍ର ଭୋଇ ପ୍ରମୁଖ ରହିଛନ୍ତି । ବ୍ୟକ୍ତିଗତ ତଥା ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ଦାବିରେ ଆଗାମୀ ଦିନରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଭୀଷ୍ମ ବରିହା, ଶୁକ୍ରୁ ବରିହା, ଶଙ୍କର୍ଷଣ ଦୀପ, ଶ୍ରୀକର ଭୁଏ, ଲାଲଜି ବିଶ୍ଵାଳ, ଅରକ୍ଷିତ ଶାଣ୍ଢ, ତରଣି ସାହୁ, ଅରୁଣ କାଲସାଏ, ଭୁବନ ସାହୁ, ଜୀବର୍ଦ୍ଧନ ବାଗ, କଏଁରୁ ବରିହା ପ୍ରମୁଖ ଉପସ୍ଥିତ ଥିବାବେଳେ ପରିଶେଷରେ ରାଧାକାନ୍ତ ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.