jayashree

ବଙ୍ଗୋମୁଣ୍ଡାରେ ଜାତୀୟ ପ୍ରେସ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାଠାରେ ଆଜି ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ, ଉପସଭାପତି ଅନିଲ ତ୍ରିପାଠୀ, ସୁଶାନ୍ତ ବେହେରା, ସହ ସମ୍ପାଦକ ଦିନେଶ ଜୈନ, କୋଷାଧ୍ୟକ୍ଷ ଦୀପକ ଯାଦବ, ଉପଦେଷ୍ଟା ଅର୍ଧେନ୍ଦୁ ଯାଦବ, ଅଶୋକ ଖମାରୀ, ସଦସ୍ୟ ଡ଼ଃ ନାରାୟଣ ମିଶ୍ର, ସୁଶାନ୍ତ ଥନାପତି, ରାଧେଶ୍ୟାମ ମେହେର, ନିତ୍ୟାନନ୍ଦ ପୃସେଠ, ଆଇନ ପରାମର୍ଶଦାତା ହେମନ୍ତ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ । ସମ୍ପାଦକ ହୁଲେଶ୍ୱର ହଂସ ସଭାକୁ ପରିଚାଲନା କରିଥିଲେ । ଆସନ୍ତା ନଭେମ୍ବର ୧୬ ତାରିଖ ସକାଳ ୧୦ ଘଟିକାରେ ଆୟୋଜନ କରି ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅଞ୍ଚଳର କିଛି କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଆଲୋଚନା ହୋଇଛି ।

Leave A Reply

Your email address will not be published.