csstore

ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଏବଂ ବୈଷୟିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ବଲାଙ୍ଗିର ଶାଖାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଏବଂ ବୈଷୟିକ ସହଭାଗିତା କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ମୀନକେତନ ମାଝି ବୈଠକରେ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସେ ତାଙ୍କର ବକ୍ତବ୍ୟରେ ଛାତ୍ରଛାତ୍ରୀମାନେ କିପରି ତାଙ୍କର ଶୈକ୍ଷିକ ବିକାଶର ସୁଯୋଗ ପାଇବେ ସେ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ପରିଷଦ ବାର୍ଷିକ ବିବରଣୀକୁ ସାଧାରଣ ସଂପାଦକ ରବିନ୍ଦ୍ର କୁମାର ସୁନା ପାଠ କରିଥିଲେ । ସାଂସ୍କୃତିକ ସମ୍ପାଦକ ସୁରେନ୍ଦ୍ର ସେଠ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷାବିତ୍‌ ନେପାଳ ବାଗ ଏବଂ ବନୀତା ବାଗ ପରିଚାଳନା କରିଥିଲେ । ପ୍ରତିଯୋଗୀମାନଙ୍କୁ ମାନପତ୍ର ଏବଂ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲ । ଅନ୍ୟମାନଙ୍କ ମଧ୍ୟରେ ପରିଷଦ କାର୍ଯ୍ୟକାରୀ ସଭାପତି କମଳ ବିଶ୍ୱାଳ, ସମ୍ପାଦକ ସଦାନନ୍ଦ ଭୋଇ, ଖୁସିରାମ ମଲ୍ଲିକ, ଡମ୍ବରୁଧର ଧରୁଆ, କାର୍ତ୍ତିକ ହରପାଲ, ଅଶୋକ ଭୋଇ, ହୋଲିଶ୍ୱର ଧରୁଆ, ନୃପରାଜ ଭୋଇ, କୃଷ୍ଣଚନ୍ଦ୍ର ବାଗ, ମହେନ୍ଦ୍ର ବାଗ, ରଘୁନାଥ ପୁଝାରୀ କିପରି ସଂଘକୁ ତୃଣମୂଳ ସ୍ତରରୁ ଶସକ୍ତ କରାଯାଇ ପାରିବ ସେହି ବିଷୟରେ ଆଲୋଚନା କରିଥିଲେ । ଶେଷରେ ଯୁଗ୍ମ ସମ୍ପାଦକ ନୀଳକଣ୍ଠ ସୁନା ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ ।

jayashree
Leave A Reply

Your email address will not be published.