pakka

ତୁରେକେଲା ବ୍ଲକରେ ମାସିକ ବୈଠକ ଅନୁଷ୍ଠିତ

bbehera

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ କ୍ଳଷ୍ଟରରେ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଚଳିତ ମାସର ତୃତୀୟ ଶନିବାର ମାନ୍ଦଲା କ୍ଲଷ୍ଟରର ବୈଠକ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଅତିରିକ୍ତ ଶିକ୍ଷା ଅଧିକାରୀ ଚନ୍ଦ୍ରଭାନୁ ବେହେରା ଯୋଗ ଦେଇଥିଲେ ।କ୍ଳଷ୍ଟରର ସଂଯୋଜକ ଧନସିଂ ମାଝୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ବୈଠକରେ ଶିକ୍ଷକ ହରିଶଙ୍କର ସାହୁ, ହିମାଂଶୁ ମାଝୀ, ସୁବାଷ ଧରୁଆ, ଲକ୍ଷ୍ମଣ ସୁନା, ଲଳିତ କୁଅଁର ପ୍ରମୁଖ ଉପସ୍ଥିତ ଥିଲେ । ତଦନୁସାରେ ତୁରେକେଲା କ୍ଳଷ୍ଟରର ମାସିକ ବୈଠକ ବୁଡିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଳଷ୍ଟର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଶିକ୍ଷକ ଗୁଣନିଧି ମେହେର, ସୁରୁମଣି ମେହେର, ରବିନ୍ଦ୍ର ରଥ, ପାର୍ଥବ ମହାନନ୍ଦ, ଭ୍ରମରବର ମହାପାତ୍ର, ଡାଳିମ୍ବ ମେହେର, ସୁଭଦ୍ରା ମେହେର, ମାଧବୀଲତା ସାହୁ, ପିତାମ୍ବର ଲୁହା, ସୋନାଲି ସାହା ଆଦି ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

19 − fifteen =

error: Content is protected !!