pakka

ବେଲପଡା ବ୍ଳକରେ ଚରମ ସୀମାରେ ଛତୁଆ ଦୁର୍ନୀତି ଅଭିଯୋଗ

bbehera

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ସରକାର ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଦେବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଜରିଆରେ ଦେଉଛନ୍ତି । କିନ୍ତୁ ଏଠି ଅଙ୍ଗନବାଡ଼ିଠାରୁ ଆରମ୍ଭ କରି ସୁପରଭାଇଜର, ଶିଶୁ ପ୍ରକଳ୍ପ ଅଧିକାରୀ, ରାଜନେତା ସମସ୍ତେ ମିଶି ଦୁର୍ନୀତି କରୁଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକରେ ଛତୁଆ ଯୋଗାଇବା ପାଇଁ ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀ ତୁଳସୀ ସ୍ବୟଂ ସହାୟକ ଗୋଷ୍ଠୀ ଓ ସତ୍ୟସାଇ ସ୍ବୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ଵ ଦିଆଯାଇଛି । ହେଲେ ଏହି ଦୁଇ ଗୋଷ୍ଠୀ ନିମ୍ନମାନର ଛତୁଆ ଯୋଗାଇ ମାଲେ ମାଲ ହେଉଥିବା ବେଳେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ଖାଇବା ପାଇଁ ତାହା ଅନୁପଯୋଗୀ ହେଉଥିବା ଅଭିଯୋଗ ହେଉଛି । ଗତ ଛଅ ମାସ ତଳେ ତୁଳସୀ ସ୍ବୟଂ ସହାୟକ ଗୋଷ୍ଠୀ ନିମ୍ନ ମାନର ଛତୁଆ ଯୋଗାଇଥିବା ଧୁମାଭଟା ଗାଁରେ ଅଭିଯୋଗ ହୋଇଥିଲା । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା ସତ କିନ୍ତୁ ଲୋକ ଦେଖାଣିଆ ତଦନ୍ତ କରିଥିଲେ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ତାଙ୍କ ପ୍ରତି ନିଆଯାଇ ନଥିଲା । ବର୍ତ୍ତମାନ ପୁଣି ସତ୍ୟସାଇ ସ୍ବୟଂ ସହାୟକ ଗୋଷ୍ଠୀ, ବେଲପଡା ବ୍ଳକ ବାଗଦୋର ପଞ୍ଚାୟତ ମାଲପଡା ଗାଁରେ ନିମ୍ନ ମାନର ସୁଜି ପ୍ୟାକେଟ ବଣ୍ଟନ କରୁଥିବା ଅଭିଯୋଗ ହେଉଛି । ଉକ୍ତ ସୁଜି ପ୍ୟାକେଟ ଅଗଷ୍ଟ ୫ ତାରିଖର ହୋଇଥିବା ବେଳେ ସେଥିରେ ପ୍ରବଳ କୀଟ ଦେଖିବାକୁ ମିଳୁଛି ଯାହାକି ଖାଇବାକୁ ଅନୁପଯୁକ୍ତ । ଏ ବିଷୟରେ ଆମେ ସୁପର ଭାଇସର ମାରୀୟମ ସୁନାଙ୍କ ସହ କଥା ହୋଇଥିଲୁ, ତାଙ୍କ କହିବା ଅନୁଯାୟୀ ସୁଜି ପ୍ୟାକେଟରେ ଯେହେତୁ ୫ ତାରିଖର ଡେଟ ଅଛି, ସେଥିରେ ପୋକ ଆସିବା କଥା ନୁହେଁ । ଯଦି ପୋକ ଆସୁଛି ତ ନିଶ୍ଚୟ ନିମ୍ନମାନର ଖାଦ୍ୟ ବଣ୍ଟନ କରାହେଉଛି ଓ ଏହା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଉଚିତ୍ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

14 + 20 =

error: Content is protected !!