pakka

ଆଦିବାସୀ କର୍ମଚାରୀ ସଂଗ୍ରାମ ସମିତିର ବୈଠକ

bbehera

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ମ.ରାମପୁର ବ୍ଲକ ସଭାଗୃହଠାରେ ଆଜି ଆଦିବାସୀ କର୍ମଚାରୀ ସଂଗ୍ରାମ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ କର୍ମଚାରୀ ସଂଗ୍ରାମ ସମିତି ମ.ରାମପୁର ବ୍ଲକ ସଭାପତି ରାଧୁ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମ.ରାମପୁର ତହସିଲଦାର ଜ୍ୟୋସ୍ନା ମାଝୀ, ସମ୍ମାନୀତ ଅତିଥି ସଭାପତି କଳାହାଣ୍ଡି ଡ଼ିଷ୍ଟିକ ଆଦିବାସୀ ସଂଘ ପ୍ରକାଶ ମାଝୀ, ସଭାପତି ଉତ୍କଳ କନ୍ଧ ସମାଜ କେନ୍ଦ୍ରୀୟ କମିଟି ଚିନ୍ତାମଣି ଭୋଇ, ଅବସରପ୍ରାପ୍ତ ପ୍ରଫେସର ମୟୁରଭଞ୍ଜ ସୁକାନ୍ତ ନାୟକ, ସମାଜସେବୀ ବିଜୟ ହେମ୍ବ୍ରମ୍ବ (କେନ୍ଦୁଝର), ବଲାଙ୍ଗିର ଉତ୍କଳ ସମାଜ କନ୍ଧ ସଭାପତି ବିରଞ୍ଚି ଭୋଇ, ସମାଜ ମଙ୍ଗଳ ଅଧିକାରୀ ମ.ରାମପୁର ଶ୍ୟାମ ସୁନ୍ଦର ନାଏକ, ସଭାପତି ମ.ରାମପୁର ବ୍ଲକ ଆଦିବାସୀ ସଂଘ ଧୁବା ପନ୍ଦର ଯୋଗଦେଇ ଆଦିବାସୀଙ୍କ ବିକାଶର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଆଦିବାସୀ କର୍ମଚାରୀ ସଂଗ୍ରାମ ସମିତି ମ.ରାମପୁର ବ୍ଲକ ସଂପାଦକ ତୁଳସୀ ଦାସ ମାଝୀ ମଂଚ ପରିଚାଳନା କରିଥିବା ବେଳେ ଏହି ବୈଠକରେ ବିଭିନ୍ନ ଜିଲ୍ଲାରୁ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତୀୟ ଗୌଣ୍ଡୱାନା ମହାସଭାର କଳାହାଣ୍ଡି ଜିଲ୍ଲା ସଂପାଦକ ଲୋଚନ ଧରୁଆଙ୍କ ସମେତ ବରୁଣ ପୁଟା, ଗଜିନ୍ଦ୍ର ପାତ୍ର ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

5 × five =

error: Content is protected !!