pakka

ଆଜିଠାରୁ ଆରମ୍ଭ ହେବ ଐତିହାସିକ ପ୍ରସିଦ୍ଧ ହରିଶଙ୍କର ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା : ଚଳଚଞ୍ଚଳ ହରିଶଙ୍କର ପୀଠ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ଖପ୍ରାଖୋଲ ବ୍ଲକର ପବିତ୍ର ତୀର୍ଥକ୍ଷେତ୍ର ହରିଶଙ୍କରଠାରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କୋଭିଡ କଟକଣା ପାଇଁ ଦୁଇବର୍ଷଧରି ମେଳା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଦେବୋତ୍ତର ବିଭାଗ ଓ ପ୍ରଶାସନ ତାରଫରୁ ପ୍ରସ୍ତୁତି ଚାଲିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ହରିଶଙ୍କକୁ ମନ୍ଦିରର ରଙ୍ଗ କରାଯାଇଥିବା ବେଳେ ଗାଢ଼ ହଳଦିଆ ରଙ୍ଗ ଲଗାଯାଇ ଥିବାରୁ ବେଶ ସୁନ୍ଦର ଲାଗୁଛି । ସେହିପରି ମନ୍ଦିର ଚାରିପାଖ ରଙ୍ଗ କରାଯାଇଥିବା ବେଳେ ବାଡ଼ରେ ରଙ୍ଗକରି ମନ୍ଦିର କଥା ବସ୍ତୁ, କିମ୍ବଦନ୍ତୀ, ପୁରାଣ, ତଥା ଠାକୁର ମାନଙ୍କ ଫଟୋ ଅଙ୍କାଯାଇଛି । ଚଳିତ ବର୍ଷ ବୈଶାଖ ଶୁକ୍ଳ ତ୍ରୟୋଦଶୀ ଶନିବାର ଦିନ ୧୪ ଠାରୁ ସୋମବାର ୧୬ ପୂଣ୍ଣିମା ଯାଏ ତିନି ଦିନ ଧରି ମେଳା ତଥା ହରିଶଙ୍କର ବୈଶାଖ ମେଳା ମହୋତ୍ସବ ହେବାକୁ ଥିବା ବେଳେ ପ୍ରଥମ ଦିନ ମନ୍ଦିର ପରିସରରେ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ ସହ ହୋମ ଯଜ୍ଞ ଅନୁଷ୍ଟିତ ହେବ । ସନ୍ଧ୍ୟାରେ ଦୁଇଟି ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମନୋରଞ୍ଜନ କାର୍ଯ୍ୟକ୍ରମ ହେବ । ଜିଲ୍ଲା ତଥା ରାଜ୍ୟ ବାହାରୁ ବିଶିଷ୍ଟ କଳାକାର ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଦର୍ଶନୀ ପଡ଼ିଆରେ ବିଭିନ୍ନ ବିଭାଗର ପ୍ରଦର୍ଶନୀ ହେବା ସହ, ମିନବଜାର ଲାଗିବ । ମେଳା ପରିଚାଳନା ପାଇଁ ପ୍ରଶାସନ ତରଫରୁ ବିଭିନ୍ନ କମିଟି ଗଠନ କରି ଦାୟିତ୍ୱ ବଣ୍ଟନ କରାଯାଇଛି । ଚଳିତ ବର୍ଷ ବୈଶାଖ ମେଳାରେ ପ୍ରବଳ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡା କଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମେଳାର ପ୍ରସ୍ତୁତି ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପଟଣାଗଡ଼ ଉପଜିଲ୍ଲାପାଳ ଡ ବିଜୟା ନନ୍ଦ ସେଠୀଙ୍କ ନେତୃତ୍ୱରେ ଚାଲିଥିବା ବେଳେ ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଏଏଇ ସୋମ୍ୟକିଶୋର ଜୟପୁରିଆ, ପରିଚାଳନା କମିଟି, ମନ୍ଦିର ପରିଚାଳନା ସବ କମିଟି, ଥାନା ଅଧିକାରୀ ରାମକାନ୍ତ ସାହୁ, ବ୍ଲକ ଅଧ୍ୟକ୍ଷା ନିରୂପମା ପଟେଲ, ମନ୍ଦିର ପରିଚାଳକ ସହ ବିଭିନ୍ନ ବିଭାଗର ଅଧିକାରୀ କର୍ମଚାରୀ ରହିଛନ୍ତି । ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ପଟଣାଗଡ଼ ଉପଜିଲ୍ଲାପାଳ ସେଠୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

18 − three =