pakka

ପୋଖରୀରୁ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

ଖଡିଆଲ, (ନିରାକାର ମେହେର) : ଖଡିଆଲ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୧ର ମୁକ୍ତାପୁର ଗ୍ରାମର ପୋଖରୀରୁ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ଏନେଇ ପୋଲସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ସୂଚନା ଯୋଗ୍ୟ ଯେ, ଖଡିଆଲ ଶାନ୍ତିନଗର ବାସିନ୍ଦା ସନ୍ତୋଷ ବାଗ(୪୭) ଗତ ଗୁରୁବାର ସନ୍ଧ୍ୟାରୁ ନିଖୋଜ ଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ଗତକାଲି ସକାଳେ ମୁକ୍ତାପୁର ପୋଖରୀରେ ଏକ ମୃତଦେହ ଭାସୁଥିବା ଖବର ପାଇ ଖଡିଆଲ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କରିଥିଲା । ତାହା ସନ୍ତୋଷଙ୍କ ମୃତଦେହ ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ଏଥିସହ ତଦନ୍ତ ଜାରି ରହିଥିବା ଖଡିଆଲ ଏସ୍‌ଡିପିଓ ସନ୍ତକ ଜେନା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

5 × 2 =