ଘଣ୍ଟାପଡା ଅଞ୍ଚଳରୁ ବାଘଛାଲ ଜବତ : ଜଣେ ଗିରଫ୍

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାରେ ବନ୍ୟପ୍ରାଣୀ ଶିକାର ବଢି ଚାଲିଛି । ଲଗାତାର ବନ୍ୟପ୍ରାଣୀମାନଙ୍କୁ ଶିକାରୀମାନେ ଶିକାର କରୁଛନ୍ତି । ଏମିତି ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି । ଏସବୁ ସତ୍ତ୍ବେ ବନବିଭାଗ କର୍ମଚାରୀଙ୍କ ଚେତା ପଶୁନି । ଫଳରେ ବିଭାଗୀୟ କାର୍ଯ୍ୟଦକ୍ଷତା ନେଇ ସନ୍ଦେହ ସୃଷ୍ଟି କରିଛି । ରବିବାର କଣ୍ଟାମାଳ ବନାଞ୍ଚଳ ଅଧିନ ଘଣ୍ଟାପଡା ଅଞ୍ଚଳରୁ ପୁଣି ଜବତ ହୋଇଛି ବାଘ ଛାଲ । ଏସ୍‌ଟିଏଫ୍‌ ଓ ବନ ବିଭାଗ ପକ୍ଷରୁ ମିଳିତ ଭାବେ ବୌଦ୍ଧ‐କନ୍ଧମାଳ ସୀମାନ୍ତ ଘଣ୍ଟାପଡା ଅଞ୍ଚଳରେ ଚଢ଼ାଉ କରାଯାଇ ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ଏହା ଜବତ କରାଯାଇଛି । ବୌଦ୍ଧ ଜିଲାରେ ବାରମ୍ବାର ବାଘଛାଲ ଜବତ ହେଉଛି ଅଥଚ ବନବିଭାଗ ଖବର ପାଉନି । ପୋଲିସ ବିଭାଗର ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଚଢ଼ଉ କରି ବିଭିନ୍ନ ସମୟରେ ବାଘଛାଲ ଜବତ କରୁଛି । ପୂର୍ବରୁ ୨ଟି ସ୍ଥାନରେ ବାଘଛାଲ ଜବତ ହୋଇସାରିଥିବା ବେଳେ ଆଜି ମଧ୍ୟ ଏହି ଘଟଣାରେ ଜଣକୁୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ କନ୍ଧମାଳ ଜିଲା ବାଲିଗୁଡା ଥାନା ଖମନଖୋଲ ପଞ୍ଚାୟତ ଅନ୍ତର୍ଗତ ପୁରୁଘାଟ ଗ୍ରାମର ଶଚିତନ ନାୟକ । ଜବତ ବାଘଛାଲକୁ ପରବର୍ତ୍ତି ତଦନ୍ତ ଓ ରାସାୟନିକ ପରୀକ୍ଷା ପାଇଁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରାଯାଇଛି । ଆସାମୀକୁ କୋର୍ଟ ଚାଲାଣ କରାଯାଇଥିବା କଣ୍ଟାମାଳ ବନାଞ୍ଚଳ ଅଧିକାରୀ କ୍ଷୀରାବ୍ଧି ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

13 − 6 =