pakka

ଶବଗୃହ ଫ୍ରିଜର୍‌ ଭିତରେ ୭ ଘଣ୍ଟା ପରେ ମୃତ ବ୍ୟକ୍ତି ଜୀବନ୍ତ ଠାବ

bbehera

ମୁରାଦାବାଦ : ଉତ୍ତରପ୍ରଦେଶର ମୁରାଦାବାଦରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ପ୍ରାୟ ସାତ ଘଣ୍ଟା ଧରି ମର୍ଗର ଫ୍ରିଜର୍‌ ଭିତରେରେ ରଖାଯାଇଥିଲା। ସୂଚନାନୁସାରେ, ଇଲେକ୍‌ଟ୍ରିସିଆନ୍‌ ଶ୍ରୀକେଶ କୁମାର ଏକ ଦ୍ରୁତ ଗତିରେ ଯାଉଥିବା ମୋଟରସାଇକେଲ ଧକ୍କା ଦେବା ପରେ ଗୁରୁବାର ରାତିରେ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପରଦିନ ହସ୍ପିଟାଲର କର୍ମଚାରୀମାନେ ମୃତଦେହକୁ ଫ୍ରିଜର୍‌ରେ ରଖିଥିଲେ। ପ୍ରାୟ ସାତ ଘଣ୍ଟା ପରେ, ଯେତେବେଳେ ମୃତ ଦେହ ଚିହ୍ନଟ ହେବା ପରେ ଶବ ବ୍ୟବଚ୍ଛେଦ ପାଇଁ ପରିବାର ସଦସ୍ୟଙ୍କ ସ୍‌ବାକ୍ଷର ହୋଇଥିଲା, କୁମାରଙ୍କ ଭାଉଜ ମଧୁବାଲା ତାଙ୍କ ଦେହର ଟିକିଏ ସାମାନ୍ୟ ହଲ୍‌ଚଲ୍‌ ହେଉଥିବା ଦେଖିଲେ । ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ମଧୁବାଲାଙ୍‌ଙ୍କ ଠାରୁ ଶୁଣିବାକୁ ମିଳୁଛି, ‘ସେ ମରି ନାହାଁନ୍ତି । ଏହା କିପରି ହେଲା ? ଦେଖ, ସେ କିଛି କହିବାକୁ ଚାହାଁନ୍ତି, ସେ ନିଶ୍ୱାସ ନେଉଛନ୍ତି।’

ମୁରାଦାବାଦ ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଡାକ୍ତର ଶିବ ସିଂ କହିଛନ୍ତି, ଜରୁରୀକାଳୀନ ଚିକିତ୍ସା ଅଧିକାରୀ ରୋଗୀଙ୍କୁ ଦେଖିଥିଲେ, ଯେତେବେଳେ ତାଙ୍କ ହୃଦୟ ଚାଲୁ ନଥିଲା । ସେ ଉକ୍ତ ବ୍ୟକ୍ତିଙ୍କୁ ଅନେକ ଥର ଯାଞ୍ଚ କରିଥିଲେ। ଏହା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । କିନ୍ତୁ ସକାଳେ ପୋଲିସ ଦଳ ଏବଂ ତାଙ୍କ ପରିବାର ତାଙ୍କୁ ଜୀବିତ ଥିବା ଜାଣିବା ପରେ ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ତାଙ୍କ ଜୀବନ ରକ୍ଷା କରିବା ଆମର ପ୍ରାଥମିକତା । “

ଶ୍ରୀ ସିଂ କହିଛନ୍ତି ଯେ, ଏହା ସେହି ବିରଳ ଘଟଣା ମଧ୍ୟରୁ ଗୋଟିଏ । ଆମେ ଏହାକୁ ଅବହେଳା ବୋଲି କହିପାରିବା ନାହିଁ । କୁମାର ବର୍ତ୍ତମାନ ମେରଠର ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି, ଯେଉଁଠାରେ ତାଙ୍କ ଅବସ୍ଥା ଭଲ ଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

2 × two =