ବଢ଼ି ଚାଲିଛି କରୋନାର ସଂଖ୍ୟା ଖେଳ : ପୁଣି ୧୯ ଚିହ୍ନଟ, ବିଗତ ୨୩ ଦିନରେ ୧୪୪ ପଜିଟିଭ

  • ଭୟବିତ ସତ୍ତ୍ଵେ କରୋନା କଟକଣା ଉଲଂଘନ
  • ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ହେଲା ଦେଓଗାଁ ବ୍ଲକ ଅଞ୍ଚଳରେ କରୋନାର ନୂଆଁ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଚଳିତ ମାସ ଗତ ୧୧ ତାରିଖରୁ ରବିବାର ଦିନ ପର୍ଯ୍ୟନ୍ତ ୧୨୫ଜଣ ଚିହ୍ନଟ ହୋଇଥିଲେ । ହେଲେ ସୋମବାର ଦିନ ୧୯ଜଣ ଚିହ୍ନଟ ହେବା ପରେ କରୋନାର ସଂଖ୍ୟା ଖେଳ ବିଗତ ୨୩ଦିନରେ ୧୪୪ଜଣ କାରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ସୋମବାର ଦିନ ଦେଓଗାଁ ବ୍ଲକର ୧୨ଟି ପଞ୍ଚାୟତରେ ୧୯ଜଣ ପଜିଟିଭ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ଦେଓଗାଁ ବ୍ଲକ ସାରସମାଲ ପଞ୍ଚାୟତ ୩ଜଣ, ଗାଇବାହାଲ, ଘୁଡ଼ଖାପଲା, ଜରାସିଂହା, କୁତୁର୍ଲା, ଉଡ଼ାର ପଞ୍ଚାୟତରେ ୨ଜଣ ଲେଖାଏଁ ଓ ବନ୍ଧପଡ଼ା, ଗୌଡଗୋଠ, କୁଳୁତାପଡ଼ା, ମହଲାଇ, ସାଲେପାଲି, ସିକୁଆଁ ପଞ୍ଚାୟତର ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ଜଣାପଡିଛି । ଦେଓଗାଁ ବ୍ଳକ ଅଞ୍ଚଳରେ କରୋନାର ଦ୍ୱିତୀୟ ଲହର କାୟା ବିସ୍ତାର କରୁଛି । ଗାଁ ଗାଁରେ ଲୋକମାନେ ଜ୍ୱରରେ ପୀଡିତ ହେଉଥିବା ବେଳେ କରୋନାକୁ ନେଇ ଚିନ୍ତିତ ହୋଇପଡିଛନ୍ତି । ବ୍ଳକ ପ୍ରଶାସନ ଧର୍ମକୁ ଆଖି ଠାରିଲା ଭଳି ସଚେତନତା କରୁଥିବା ବେଳେ ବିଡ଼ିଓ ଓ ତହସିଲଦାର ନିୟମ ଖିଲାପି କରୁଥିବା ଲୋକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସହାନୁଭୂତି ଦେଖାଉଛନ୍ତି । ଏପରିକି କେତେକ ଗାଁରେ କରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତି ଘରେ ଏକାନ୍ତବାସରେ ନ ରହି ଗାଁ ଭିତରେ ଘୁରି ବୁଲୁଥିବାରୁ ଭୟଭିତ ହେଉଥିବା ଦେଖାଦେଉଛି ।
Leave A Reply

Your email address will not be published.

15 + 8 =