jsm

କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ରେଲୱେ ଫାଟକ ମଝିରେ ଫସିଲା ଟ୍ରକ୍‌ : ଦୀର୍ଘ ସମୟ ଯାତାୟାତ ବାଧାପ୍ରାପ୍ତ

csstore

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଯିବା ରାସ୍ତାରେ ଥିବା ରେଲୱେ ଫାଟକ ପାଖରେ ଦୈନନ୍ଦିନ ଟ୍ରାଫିକ ଜାମ ଦେଖିବାକୁ ମିଳି ଥାଏ । ଏହି ସ୍ଥାନ ଗୋଟେ ପଟେ ଗଡାଣିଆ ଓ ଅନ୍ୟ ପଟେ ଖାଲ ଥିବାରୁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଦେଖିବାକୁ ମିଳିଛି । ତେବେ ବୁଧବାର ଦିନ ଏକ ଧାନ ବୋଝେଇ ଟ୍ରକ୍‌ ତାର ଯାନ୍ତ୍ରୀକ ତ୍ରୁଟି ହୋଇ ଥିବାରୁ ଦୀର୍ଘ ସମୟ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ପରେ ସେହି ଟ୍ରକ୍‌ରୁ ଧାନ ବସ୍ତା ବାହାର କରି ଅନ୍ୟ ଏକ ଟ୍ରକ୍‌ରେ ସ୍ଥାନାନ୍ତର କରାଯାଇଥିବା ସୁଦ୍ଧା ଚକରେ ଲାଗି ଥିବା ଲୁହା ପଟା ଭାଙ୍ଗି ଯାଇଥିବାରୁ ପ୍ରାୟ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଟ୍ରକ୍‌ଟି ସେହି ସ୍ଥାନରେ ଟ୍ରାଫିକ ଜାମ କରି ରହି ଯାଇଥିଲା । ତେବେ ପ୍ରତିଦିନ କିଛିନା କିଛି ସମସ୍ୟା ହେଉଛି ଓ ଯୋଉଥି ପାଇଁ ଟ୍ରାଫିକ୍‌ ଜାମ ହୋଇ ଜନସାଧାରଣ ହଇରାଣ ହେବାକୁ ପଡୁଛି ତେବେ ଏଠି ପ୍ରତି ବିଭାଗ ଧ୍ୟାନ ଦେବାକୁ ସାଧାରଣରେ ଅଭିଯୋଗ ହେଉଛି ।

yuvodaya
Leave A Reply

Your email address will not be published.