jsm

ହିଆଲ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ

csstore

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଆଜିର ଶିଶୁ ଭବିଷ୍ୟତର ବୈଜ୍ଞାନିକକୁ ମୂଳଲକ୍ଷ୍ୟ ଭାବି ବିଦ୍ୟାଳୟର ଛାତ୍ରଛାତ୍ରୀ ବିଜ୍ଞାନ ମେଳାରେ ୨୧ ଗୋଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ପକଳ୍ପ ଗୁଡିକୁ ମୂଲ୍ୟାଙ୍କନ କରିବା ପାଇଁ ବିଜ୍ଞାନ ଶିକ୍ଷକ ରାଜେଶ କୁମାର ସିଂଦେଓ, ପ୍ରସନ୍ନ ମେହେର ଯୋଗ ଦେଇଥିଲେ । ଏହି ମେଳାକୁ ସଫଳ କରିବାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ଭରାସଗ୍ରିଆ, ଶିକ୍ଷକ ରାଜେନ୍ଦ୍ର ଦୋରା, ଜଗନ୍ନାଥ ପ୍ରଧାନ, ରିନି ସାହୁ, ଶମ୍ଭୁ ପ୍ରସାଦ ବିଶି, ପ୍ରଶାନ୍ତ ବିଶ୍ୱାଳ, ଲତାମଣି ସ୍ୱ।ଇଁ, ଗୀତାଞ୍ଜଳି ଛୁରା, ମମିତା ସାହୁ, ସନ୍ତୋଷ କୁମାର ସୁନା, ଖୀରୋଜ ମାଝୀ, ମମତା ପଣ୍ଡା, ଯଶୋବନ୍ତି ମାଝୀ, ସୁଜାତା ସେଠୀ, ମଧୁମତି ଦୀପ, ଜ୍ୟୋତ୍ସ୍ନା ବରିହା ପ୍ରମୁଖ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.