ଦାରୁବ୍ରହ୍ମ ସାଂସ୍କୃତିକ ପରିଷଦର ପ୍ରଥମ ସାଂସ୍କୃତିକ ସନ୍ଧ୍ୟା ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ନୂତନ ଭାବେ ଗଠିତ ହୋଇଥିବା ଦାରୁବ୍ରହ୍ମ ସାଂସ୍କୃତିକ ପରିଷଦର ପ୍ରଥମ ସାଂସ୍କୃତିକ ସନ୍ଧ୍ୟା ସେକ୍ଟର ୩ ସ୍ଥିତ ଶ୍ରୀ ଜଗନ୍ନାଥଙ୍କର ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି । ପବିତ୍ର ଚନ୍ଦନ ଯାତ୍ରା ଅଷ୍ଟମ ଦିବସ ପରିପ୍ରେକ୍ଷୀରେ ସେକ୍ଟର ୩ ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିସରରେ ଆୟୋଜନ କରାଯାଇଥିଲା ଏକ ମନୋଜ୍ଞ ଭଜନ ସଂଧ୍ୟା । ଏହି ଆଧ୍ୟାତ୍ମିକ ପରିବେଶରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ସପରିବାରେ ଉପସ୍ଥିତ ରହି ପ୍ରଭୁଙ୍କ କୃପା ଲାଭ କରିଥିଲେ । ଏହି ଭଜନ ସନ୍ଧ୍ୟାରେ ଦାରୁବ୍ରହ୍ମ ସାଂସ୍କୃତିକ ପରିଷଦ ରାଉରକେଲାର ନବୀନ ଏବଂ ପ୍ରବୀଣ କଳାକାରମାନେ ପ୍ରତିଷ୍ଠିତ ସଙ୍ଗୀତ ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ ମଞ୍ଚ ସଞ୍ଚାଳନରେ ଅନେକ ହୃଦୟସ୍ପର୍ଶୀ ଭଜନ ପରିବେଷଣ କରି ଉପସ୍ଥିତ ଭକ୍ତମାନଙ୍କୁ ଭକ୍ତି ରସରେ ବିମୋହିତ କରିଥିଲେ ।

Leave A Reply

Your email address will not be published.

2 × 2 =