ରେନବୋ ପବ୍ଲିକ ସ୍କୁଲରେ ବିଂଶତମ ଜ୍ଞାନବିଜ୍ଞାନ ମେଳା ଆୟୋଜିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ରେନବୋ ପବ୍ଲିକ ସ୍କୁଲର ଜ୍ଞାନବିଜ୍ଞାନ ମେଳା ଆୟୋଜିତ ହୋଇଯାଇଛି । ଏହି ମେଳାକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭୁକ୍ତା କଲେଜର ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଡ. ରାଜକିଶୋର ପ୍ରଧାନ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଜୀବନରେ ବିଜ୍ଞାନର ମହତ୍ତ୍ୱ ବିଷୟରେ ଅଧ୍ୟକ୍ଷ ହିମାଂଶୁ ଶେଖର ମେହେର ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିବା ବେଳେ ସମ୍ପାଦିକା ଶ୍ରୀମତୀ ଚନ୍ଦନା ରଥ ଶିଶୁମାନଙ୍କ ମଧ୍ୟରେ ଥିବା ବୈଜ୍ଞାନିକ ମନୋବୃତ୍ତିର ବିକାଶ ଦିଗରେ ଧ୍ୟାନ ଦେବାପାଇଁ ଆହ୍ୱାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ ସୁଦର୍ଶନ ବାରିକ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଢେ଼ାଲେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶହେରୁ ଅଧିକ ବିଜ୍ଞାନ, ଗଣିତ ଓ ସାମାଜିକ ବିଜ୍ଞାନ ସମ୍ବନ୍ଧୀୟ ପ୍ରକଳ୍ପ ଗୁଡ଼ିକ ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ରକଳା, ହସ୍ତକଳା ଓ ଓଡ଼ିଆ, ଇଂରାଜୀ ତଥା ହିନ୍ଦୀ ବିଭାଗର ପ୍ରକଳ୍ପମାନ ପ୍ରଦର୍ଶନ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଅତି ଉତ୍ସାହ ଓ ଉଦ୍ଦୀପନାର ସହ ବିଭିନ୍ନ ପ୍ରତିଯୋଗିତା ଗୁଡିକରେ ଭାଗ ନେଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହଯୋଗରେ କାର୍ଯ୍ୟକ୍ରମର ସୁପରିଚାଳନା ହୋଇଥିଲା ।

Leave A Reply

Your email address will not be published.

sixteen + twelve =