ସ୍ୱାତିନକ୍ଷତ୍ରର ଶାମୁକା ଓ ବଣମଲ୍ଲୀର ସ୍ୱର ପୁସ୍ତକ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭଜକୃଷ୍ଣ ସାରସ୍ୱତ ସ୍ମୃତି ସଂସଦ ରାଉରକେଲା ଓ ସରଳାଦେବୀ ଭାଗିରଥି ମହାପାତ୍ର ଟ୍ରଷ୍ଟ କଟକର ମିଳିତ ଆନୁକୂଲ୍ୟରେ ଆଲୋଚନାଚକ୍ର, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସଭା ଛେଣ୍ଡ ସ୍ଥିତ ଧାମରା ସଂଘଠାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ତଥା ସଂସଦର ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତା ଓ ସରଳାଦେବୀ ସ୍ମୃତି ସଂସଦର ସଭାପତି ମୀନତି ଦେବତାଙ୍କ ଆବାହକତ୍ୱ ତଥା ଅଲ୍ଇଣ୍ଡିଆର ରେଡିଓର ଉଦ୍‌ଘୋଷକ ଅଶୋକ କୁମାର ରାଉତ ଓ ସୁଚିସ୍ମିତା ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଭାରତୀୟ ଜଳ ପରିଚାଳନା ବିଭାଗର ପ୍ରଧାନ ବୈଜ୍ଞାନିକ ଡ. ପ୍ରମୋଦ କୁମାର ପଣ୍ଡା, ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ଶରତ ମହାନ୍ତି, ସ୍ୱସ୍ତିକ ଇଂଞ୍ଜିନିୟରିଂର ନିର୍ବାହୀ ନିର୍ଦ୍ଦେଶକ ଇଂ ଗୋପୀନାଥ ପଟ୍ଟନାୟକ ଓ ସରଳାଦେବୀ ଭାଗିରଥି ମହାପାତ୍ର ଟ୍ରଷ୍ଟ କଟକର ଟ୍ରଷ୍ଟି ଲକ୍ଷ୍ମୀପ୍ରକାଶ ମହାପାତ୍ର ଅତିଥି ଭାବେ ଯୋଗଦେଇ କବି କୁଞ୍ଜବିହାରୀ ରାଉତଙ୍କ କବିତା ସଂକଳନ ‘ସ୍ୱାତି ନକ୍ଷତ୍ରର ଶାମୁକା’ ଓ ଅକ୍ଷୟ କୁମାର ପଟ୍ଟନାୟକଙ୍କ କବିତା ସଂକଳନ ‘ବଣମଲ୍ଲୀର ସ୍ୱର’କୁ ଲୋକାର୍ପିତ କରିଥିଲେ । ଏହି ଅବସରରେ ସ୍ୱତନ୍ତ୍ର ଅତିଥି ଡ. ପଣ୍ଡା ଭାଷା ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତି ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ସ୍ୱତନ୍ତ୍ର ଅତିଥି ଶ୍ରୀ ମହାନ୍ତି ଓଡିଆ ଭାଷା ସଂସ୍କୃତିକୁ ବଂଚାଇରଖିବା ପାଇଁ ଅନୁଷ୍ଠାନର ଉଦ୍ୟମକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଇଂ ପଟ୍ଟନାୟକ ଓ ଟ୍ରଷ୍ଟି ଶ୍ରୀ ମହାପାତ୍ର ସରଳାଦେବୀଙ୍କ ଜୀବନୀ, ସୃଷ୍ଟି ଓ ବଳିଦାନ ସଂପର୍କରେ ଆଲୋଚନା କରିଥିଲେ । ସଭାପତି ଶ୍ରୀ ପତି କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଓ ଅନୁଷ୍ଠାନର ପ୍ରତିବଦ୍ଧତା ସଂପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସରଳାଦେବୀ ସ୍ମୃତି ସଂସଦର ସଭାପତି ମୀନତି ଦେବତା ସ୍ୱାଗତ ଭାଷଣ ସହ ମଦ ବିରୋଧୀ ସଂପର୍କରେ ବକ୍ତବ୍ୟ ରଖିଥିଲେ । କବି ଶ୍ରୀ ପଟ୍ଟନାୟକ ବଣମଲ୍ଲୀର ସ୍ୱର ସଂପର୍କରେ ଅଭିମତ ରଖିବା ସହ ଜିଲ୍ଲା ପୁଲିସ ବିଜ୍ଞାନଗାରର ବିଷାରଦ ଡ. ଅଚ୍ୟୁତ କୁମାର ରଥ ପୁସ୍ତକଟିକୁ ସମୀକ୍ଷା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ କ୍ଷେତ୍ରରେ ସ୍ୱତନ୍ତ୍ର ଅବଦାନ ନିମନ୍ତେ ସମ୍ବର୍ଦ୍ଧନା ଦିଆଯାଇଥିଲା । ସ୍ତମ୍ଭକାର ଭାବେ ନଳିନୀକାନ୍ତ ଧର, ଶିକ୍ଷାବିତ ଭାବେ ଶିବପ୍ରସାଦ ମହାପାତ୍ର, ସବିତା ଭୋଇ, ସାରସ୍ୱତ ସାଧକ ଭାବେ କନକଲତା ମିଶ୍ର, ସୁଶାନ୍ତ କୁମାର ନାୟକ, ସ୍ୱର୍ଣ୍ଣମୟୀ ଦତ୍ତ, ପ୍ରତାପ କୁମାର ପଣ୍ଡା, ଗୀତାରାଣୀ ବେହେରା, ସମାଜସେବା ପାଇଁ ଗଣେଶ ଜୟସିଂହ, ଚନ୍ଦ୍ର ଦୀପ ସାହୁ, ସାମ୍ବାଦିକ ଶୈଳେଶ ତିୱାରୀ, ସଂଗଠକ ଭାବେ ବିଭୁ ନାୟକ, ବସନ୍ତ କୁମାର ନାୟକ, ଶମ୍ବୁନାଥ ପରିଡା, ଅଭିନୟ ପାଇଁ ବବିତା ମହାଳିକଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର, ଉପଢୌକନ, ମୋମେଣ୍ଟୋ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅସ୍ମିତ ଅବେଷ ରାଉତ ପ୍ରାରମ୍ଭରେ ଶ୍ଳୋକ ପାଠ କରିଥିବା ବେଳେ ସସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ନିରଞ୍ଜନ କରଣ, ଜଗନ୍ନାଥ ରାଉତ, ବିଶ୍ୱଜିତା ମହାପାତ୍ର, ପ୍ରଣତୀ ପଣ୍ଡା, ସଞ୍ଜୟ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ହରିହର ରାଉତରାୟ, ମନୋରଞ୍ଜନ ଦାଶ, ତାରିଣୀ ଚରଣ ସାହୁ, ପି ପି ରାୟ, ଅମୂଲ୍ୟ ଚରଣ ବରାଳ, ନୃସିଂହ ଚରଣ ବିଶ୍ୱାଳ, ଅକ୍ଷୟ ଧଳ, ଡ. ସୁମନ ଦତ୍ତ, ନୃସିଂହ ଚରଣ ବିଶ୍ୱାଳ, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ବସୁମତି ମହାନ୍ତିଙ୍କ ସମେତ ସହରର ଶତାଧିକ ବ୍ୟକ୍ତି ଓ ସାମ୍ବାଦିକ, ସାହିତ୍ୟିକମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

Leave A Reply

Your email address will not be published.

seventeen − 11 =