pakka

ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଜୀଙ୍କ ବିଶ୍ୱ ଆଦୃତ ଆନନ୍ଦ ଅନୁଭୂତି ଶିବିର ଆୟୋଜିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଏନଏସି ବନ୍ୟା ଆଶ୍ରୟ ସ୍ଥଳୀଠାରେ ସାରା ବିଶ୍ୱରେ ଆଦୃତ ସୁଦର୍ଶନ କ୍ରିୟା ଆନନ୍ଦ ଅନୁଭୂତି ଶିବିର ଗତ ୦୬ତାରିଖ ଠାରୁ ଆରମ୍ଭ ହୋଇ ୧୧ତାରିଖରେ ସମାପନ ହୋଇଯାଇଛି । ବୌଦ୍ଧରେ ୬ ଦିନିଆ କର୍ମଶାଳାରେ ୨୫ ଜଣ ଅଂଶଗ୍ରହଣ କରିଥିଲେ । ଆର୍ଟ ଅଫ ଲିଭିଂର ଶିକ୍ଷକ ଓ ଶିକ୍ଷୟିତ୍ରୀ ଭାବେ ସର୍ବଶ୍ରୀ ରଞ୍ଜନ କୁମାର ସାହୁ ଏବଂ ଶ୍ରୀମତୀ ପ୍ରମିଳା ନାଥ ଉପସ୍ଥିତ ରହି ଶିବିରାର୍ଥୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ବରୁଣ କୁମାର ମହାନ୍ତ, ଗୀତିଶ୍ରୀ ମହାନ୍ତି, ଡା. ମମତା ମିଶ୍ର ପ୍ରମୁଖ ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ଜୀବନରେ ବଞ୍ଚିବାର କଳା ସହିତ ଶାରୀରିକ ସୁସ୍ଥତା ଓ ମାନସିକ ଶାନ୍ତି, ଏକାଗ୍ରତା, ଦୃଢ ଆତ୍ମବିଶ୍ୱାସ, ପାରିସ୍ପରିକ ସୁସମ୍ପର୍କରେ ଉନ୍ନତି, ଅଧ୍ୟାତ୍ମୀକତାର ବିକାଶ, ଚିନ୍ତାମୁକ୍ତ ଏବଂ ଆନନ୍ଦମୟ ଜୀବନ, ସାଧାରଣ ମଣିଷ ଜୀବନରେ ଚାହୁଁଥିବା ମାନସିକ ଦୁଶ୍ଚିନ୍ତା ଓ ବିଷାଦରୁ ମୁକ୍ତି, ମାନସିକ ଉଦବେଗ ଓ ଉତ୍କଣ୍ଠାରୁ ମୁକ୍ତି, ଅବସାଦ, ଭୟ ଓ ଆଶଙ୍କାରୁ ମୁକ୍ତି ଓ ନକରାତ୍ମକ ଚିନ୍ତାରୁ ମୁକ୍ତି ଇତ୍ୟାଦି ଉପରେ ଶିକ୍ଷ୍ୟା ପ୍ରଦାନ କରିଥିଲେ । ଶେଷ ଦିନରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଉକ୍ତ ଶିବିରକୁ ସୁଚାରୁ ଭାବେ ପରିଚାଳନା କରିଥିଲେ ବିଜୟ କୁମାର ପ୍ରଧାନ, ସୁଜ୍ଞାନ କୁମାର ପାତ୍ର, ଦେବାଶିଷ ପୁରୋହିତ, ସୁବର୍ଣ୍ଣା ନାୟକ, ସୁନିତା ଦାସ ଇତ୍ୟାଦି । ଶେଷରେ କୃତ୍ତିବାସ ପଲିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତା ନଭେମ୍ବର ମାସ ୧ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ଏକ ମେଗା ହାପିନେସ ଶିବିର ବୌଦ୍ଧରେ ଆୟୋଜନ କରାଯିବାର ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.

five + five =