csstore

କବି ଗୁଜୁରୀ ଭାଇଙ୍କ ସ୍ମୃତିଚାରଣ ସଭା ଓ କବିତା ପାଠୋତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଯେଉଁ କବିତାର ସ୍ୱର ମାନବୀୟ ମୂଲ୍ୟବୋଧ ଉପରେ ପର୍ଯ୍ୟବେଶିତ ତାହା କାଳଜୟୀ ହୋଇଥାଏ । କବି କେବେ ମରେ ନାହଁ, ବରଂ ତା କବିତାର ପାଠକୀୟତା ତାକୁ ବଞ୍ଚାଇ ରଖେ ବୋଲି ଗୁଜୁରୀ ଭାଇଙ୍କ ସ୍ମୃତି ସଭାରେ ବକ୍ତାମାନେ ମତ ପ୍ରକାଶ କରିଥିଲେ । ଡେଲାଙ୍ଗ ସାହିତ୍ୟ ସଂସଦର ପୂର୍ବତନ ସଭାପତି ଲୋକପ୍ରିୟ ପଲ୍ଲୀକବି ଦିବଂଗତ ଲକ୍ଷ୍ମୀଧର ଦଳେଇ(ଗୁଜୁରୀ ଭାଇ)ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରବିବାର ମୋହନପୁର ସ୍ଥିତ ତାଙ୍କ ବାସଭବନ ସମ୍ମୁଖରେ ସାରସ୍ଵତ ସାଧକ ଶରତ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଏକ ସ୍ମୃତିଚାରଣ ସଭା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରିୟପତ୍ରର ସଂପାଦକ ବିପିନ ଦଳେଇ ମୁଖ୍ୟ ଅତିଥି ଓ ବରିଷ୍ଠ ଶିଶୁ ସାହିତ୍ୟିକ ହେମନ୍ତ କୁମାର ଛୋଟରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦିବଂଗତ କବି ଲକ୍ଷ୍ମୀଧର ଦଳେଇଙ୍କ ସାହିତ୍ୟର ବିଭିନ୍ନ ଦିଗ ପ୍ରତି ଆଲୋକପାତ କରିଥିଲେ । ଏହି ଅବସରରେ କବିଙ୍କ ଉଦ୍ଦେଶ୍ୟରେ ଶିକ୍ଷକ ସନ୍ତୋଷ ଦାଶ ଓ ନରେନ୍ଦ୍ର ମୁଦୁଲିଙ୍କ ସଂପାଦନାରେ ଏକ ସ୍ମରଣିକା ଓ ବିପିନ ଦଳାଇଙ୍କ ପ୍ରଚେଷ୍ଟାରେ ତାଙ୍କର ଏକ ମର୍ମସ୍ପର୍ଶୀ କାବ୍ୟ ସଂକଳନ ‘ତିନୋଟି ପ୍ରସଙ୍ଗ’ ଉନ୍ମୋଚିତ ହୋଇଥିଲା । ଏହି ସଭାରେ କବି ଚନ୍ଦ୍ରଶେଖର, ବିପିନ ବେହେରା, ଅଧିକାରୀ ସ୍ଵାଇଁ, ପ୍ରଭାତ ସେଠୀ, ରୋହିତ ଚମ୍ପତ୍ତି, ଗୋଲଖ ବରାଳ, ପ୍ରଶାନ୍ତ ମହାପାତ୍ର, ସୁଧାଂଶୁବାଳା ପ୍ରଧାନ, ଶରତ ମହାପାତ୍ର, ଦ୍ଵିତୀକୃଷ୍ଣ ମହାନ୍ତି, ନମିତା ସ୍ଵାଇଁ, ଡାକ୍ତର ବିଶ୍ଵରଞ୍ଜନ ଜେନା, ବଟକୃଷ୍ଣ ସ୍ୱାଇଁ, କିଷାନ୍ ପଟ୍ଟନାୟକ, ପ୍ରମୁଖ ଯୋଗଦେଇ କବିଙ୍କର ସ୍ମୃତିଚାରଣ କରିବା ସହ ତାଙ୍କ ଉଦ୍ଦେଶ୍ୟରେ ଲିଖିତ କବିତା ପାଠ କରିଥିଲେ ।

jayashree
Leave A Reply

Your email address will not be published.