ଆଜିଠୁ ଓଜେଇଇ କାଉନସେଲିଂ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ରାଜ୍ୟର ସରକାରୀ ଏବଂ ବେସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନରେ ବି.ଟେକ, ବି.ଆର୍କ, ବି.ପ୍ଲାନ, ବି.କ୍ୟାଟ ଏବଂ ଇଣ୍ଟିଗ୍ରେଟେଡ ଏମ.ଏସସି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସେପ୍ଟେମ୍ବର ୧୩ରୁ ଅନଲାଇନ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ । ସେହିପରି ଏମବିଏ, ଏମସିଏ, ଏମ.ଟେକ, ଏମ.ଆର୍କ, ଏମ.ପ୍ଲାନ ଆଦି ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜି ଠାରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏନେଇ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଜେଇଇ ମୁଖ୍ୟ ଏବଂ ଓଜେଇଇ ପରୀକ୍ଷା ଦେଇ ରାଙ୍କ୍‌ ପାଇଥିବା ବିଦ୍ୟାର୍ଥୀ କାଉନସେଲିଂ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ । ଓଜେଇଇ ୱେବସାଇଟ (ଙ୍ଗଙ୍ଗଙ୍ଗ.କ୍ଟହରର.ଦ୍ଭସମ.ସଦ୍ଭ)କୁ ଲଗଇନ କରି ବିଦ୍ୟାର୍ଥୀ ପଞ୍ଜିକରଣ କରିପାରିବେ । କାଉନସେଲିଂ ପାଇଁ ଉପଲବ୍ଧ ବିସ୍ତୃତ ନିୟମାବଳୀ ପଢି ଆବେଦନ କରିବାକୁ ଓଜେଇଇ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି ।

Leave A Reply

Your email address will not be published.

fourteen + 20 =