pakka

ପେଞ୍ଜାକ୍‌ ସିଲାଟ ଆତ୍ମରକ୍ଷା ଶିବିର ଉଦ୍‌ଘାଟନ କଲେ ଅମରେନ୍ଦ୍ର

bbehera
  • ଆତ୍ମରକ୍ଷା ସହ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନରେ ହେବ ସହାୟକ – ଅମରେନ୍ଦ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଆଇନ ମହାବିଦ୍ୟାଳୟ ପରିସରରେ ଭାରତ ସରକାରଙ୍କ ସ୍ୱିକୃତିପ୍ରାପ୍ତ ଆତ୍ମରକ୍ଷା କୌଶଳ ପେଞ୍ଜାକ୍‌ ସିଲାଟ୍‌ର ତିନି ଦିନିଆ ଆତ୍ମରକ୍ଷା କୌଶଳ ଶିବିର ଉଦ୍‌ଘାଟିତ ହୋଇଯାଇଅଛି । ତିନି ଦିନ ବ୍ୟାପୀ ହେବାକୁ ଥିବା ଏହି ଶିବିରକୁ ଓଡିଶାର ସୁନାମଧନ୍ୟ ଓକିଲ ଅମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ ଶିବିରରେ ଯୋଗ ଦେଇଥିବା କରାଟିକାମାନଙ୍କୁ କହିଛନ୍ତି ଯେ, ଏହି ଆତ୍ମରକ୍ଷା ଶିବିର କେବଳ ଆତ୍ମରକ୍ଷାରେ ସୀମିତ ନୁହେଁ । ଏହା ଆପଣମାନଙ୍କୁ ମାନସିକ ଶାରୀରିକ ସ୍ତରରେ ସୁସ୍ଥ ସବଳ କରିବା ସଙ୍ଗେ ଚରିତ୍ର ଗଠନରେ ମଧ୍ୟ ସହାୟକ ହେବ । ଏହି ଆତ୍ମରକ୍ଷା ଶିବିରରେ ଯୋଗ ଦେଇଥିବା ଖେଳାଳିମାନେ ଯେପରି ଏହି ଶିବିରର ଠିକ୍‌ ଭାବରେ ଲାଭ ଉଠାଇ ପାରିବେ ସେଥିପାଇଁ ସମସ୍ତେ ଶୃଙ୍ଖଳିତ ହୋଇ ତାଲିମ ନେବା ଦରକାର । ସମ୍ମାନୀୟ ଅତିଥି ଭାବେ ଆନ୍ତର୍ଜାତୀୟ ପଦକ ପ୍ରାପ୍ତ କୋଚ ଗୁରୁ ପ୍ରେମସିଂହ ଥାପା ଯୋଗ ଦେଇ ଖେଳାଳିମାନଙ୍କୁ ଶୃଙ୍ଖଳିତ ହେବା ପାଇଁ କହିଥିଲେ । ଏହି ଶିବିରରେ ସମ୍ମାନିତ ଅତିଥି ଭାବେ ବ୍ଲେକ୍‌ ବେଲ୍ଡଧାରୀ ପ୍ରମୋଦ କୁମାର ରଥ ଯୋଗ ଦେଇଥିଲେ । ପେଞ୍ଜାକ ସିଲାଟ ଅନୁଷ୍ଠାନର ସଂପାଦକ ବ୍ଲକ ବେଲ୍ଟ ସାଓଲିନ ପ୍ରଶାନ୍ତ ପାତ୍ର ଏହି ଶିବିରର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ବାବଦରେ ଉପସ୍ଥିତ ଥିବା ଅତିଥି ଏବଂ ଖେଳାଳିମାନଙ୍କୁ ସୂଚନା ଦେଇଥିଲେ । ଉଦ୍‌ଘାଟନୀ ସମାରୋହରେ ମହେନ୍ଦ୍ର ଦର୍ଜୀ ଅତିଥି ପରିଚୟ କରିବା ସାଙ୍ଗକୁ ଏ ଅନୁଷ୍ଠାନର ଆଗାମୀ କାର୍ଯ୍ୟକ୍ରମ ବାବଦକୁ ସୂଚନା ଦେଇଥିଲେ । ୩ ଦିନ ବ୍ୟାପୀ ହେବାକୁ ଥିବା ଏହି ଆତ୍ମରକ୍ଷା କୌଶଳ ଶିବିର ଆସନ୍ତା ୧୯ ତାରିଖ ସନ୍ଧ୍ୟାରେ ଉଦ୍‌ଯାପିତ ହେବ ।

Leave A Reply

Your email address will not be published.

twelve + 10 =