pakka

ଖେଲୋ ଇଣ୍ଡିଆ ଓଡ଼ିଶା ଖୋ ଖୋ ରୌପ୍ୟ ବିଜେତା ଦଳରେ ପୁରୀ ଜିଲ୍ଲା ଡେଲାଙ୍ଗର ତିନି ଛାତ୍ରଛାତ୍ରୀ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ମାସ ତା ୦୯/୦୬/୨୦୨୨ରିଖ ଠାରୁ ୧୩/୦୬/୨୦୨୨ରିଖ ପର୍ଯ୍ୟନ୍ତ ହରିୟାଣାର ପଞ୍ଚକୁଲାଠାରେ ଖେଲୋ ଇଣ୍ଡିଆ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡ଼ିଶା ଖୋ ଖୋ ବାଳକ ଓ ବାଳିକା ଉଭୟ ଐତି୍ହାସିକ ରୌପ୍ୟ ପଦକ ବିଜେତା ହାସଲ କରିଛନ୍ତି । ଏହି ଓଡ଼ିଶା ଦଳରେ ପୁରୀ ଜିଲ୍ଲା, ଡେଲାଙ୍ଗ ବ୍ଲକ ଆନ୍ତର୍ଗତ କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟର ଅନନ୍ୟା ପ୍ରଧାନ, ଅର୍ଚନା ପ୍ରଧାନ ଓ ଶାନ୍ତନୁ ସାମନ୍ତରାୟ ଉଚ୍ଚ କୋଟିର କ୍ରୀଡା ପ୍ରଦର୍ଶନ କରି ଓଡ଼ିଶାରେ ଦଳକୁ ରୌପ୍ୟ ପଦକ ହାସଲ କରିବାରେ ପ୍ରମୁଖ ଭୂମିକା ନିଭାଇଥିଲେ । ସେମାନେ ଦୀର୍ଘ ମାସ ଧରି ଓଡ଼ିଶା ସରକାଙ୍କ ତତ୍ୱାବଧାନରେ କୀଟ ବିଶ୍ଵବିଦ୍ୟାଳୟରେ ପ୍ରଶିକ୍ଷିତ ହୋଇ ଏହି ଯାତ୍ରା କରିଥିଲେ ଏବଂ ଚଳିତ ମାସ ୧୫/୦୬/୨୦୨୨ତାରିଖରେ ବିଜୁପଟ୍ଟନାୟକ ବିମାନ ବନ୍ଦର ଭୁବନେଶ୍ଵର ଠାରେ ପହଂଚିବା ସମୟରେ ଓଡିଶା ସରକାର ଓ ଓଡିଶା ଖୋ ଖୋ ସାଙ୍ଗର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଓ କୋଷଧ୍ୟାକ୍ଷ ଚଉଧାରୀ ପାର୍ଥଶାରଥୀ ମହାପାତ୍ରଙ୍କ ସହ ଅନେକ କ୍ରୀଡାପ୍ରେମୀ ଭବ୍ୟ ସ୍ୱାଗତ କରିଥିଲେ । ଏହି ଖୁସିର ମାହୋଲରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂହ, ପୁରାତନ ଛାତ୍ର ସଂସଦର ସଭାପତି ଅଧ୍ୟାପକ ତ୍ରିନାଥ ପରିଡା ସେମାନଙ୍କୁ ଡେଲାଙ୍ଗ ରେଳ ଷ୍ଟେସସନଠାରୁ ପାଛୋଟି ନେଇଥିଲେ ଏବଂ ବିଦ୍ୟାଳୟ ପରିସରରେ ସମସ୍ତ ଶିକ୍ଷକ ଶିକ୍ଷିକା ସେମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ କ୍ରୀଡା ଜୀବନ ଉଜ୍ଜଳମୟ ହେଉ ବୋଲି କାମନା କରିଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତ ସମ୍ପାଦକ ତଥା କୀଟ ବିଶ୍ଵବିଦ୍ୟାଳର ଉପଦେଷ୍ଟା ପ୍ରଫେସର ଶଶାଙ୍କ ଚୂଡ଼ାମଣି ଉକ୍ତ ବିଦ୍ୟାଳରେ କ୍ରୀଡାର ଭିତ୍ତିଭୂମି ଆହୁରି ମଜବୁତ ହୋଇ ଆଗାମୀ ଦିନରେ ଆହୁରି ଅନେକ ପିଲା ଓଡ଼ିଶାର ଗୌରବ ହେବେ ବୋଲି ଶୁଭେଛା କରିଛନ୍ତି । ଓଡ଼ିଶା ଶିଶୁ ସୁରକ୍ଷା ଓ ଅଧିକାର ଆୟୋଗର ଅଧକ୍ଷା ଶୁଶ୍ରୀ ସାନ୍ଧ୍ୟବତୀ ପ୍ରଧାନ ପ୍ରଶଂସା କରିଛନ୍ତି । ବିଦ୍ୟାଳୟର ଶିକ୍ଷକ ସୂର୍ୟ୍ୟନାରାୟଣ ଜେନା ଏହି ଗରିବ ପିଲାମାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ କିଛି ପ୍ରତ୍ସାହନ ଦେବାକୁ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ ମହୋଦୟଙ୍କ ଦୃଷ୍ଟି ଗୋଚର କରିଛନ୍ତି ।

Leave A Reply

Your email address will not be published.

13 + eighteen =