pakka

ଉଚ୍ଚ ଜୁଆରରେ ଭାଙ୍ଗିଲା ଜାଲ ବାଡ଼

bbehera

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା କଣ୍ଟିଆଗଡ଼ ଗ୍ରାମ ନିକଟସ୍ଥ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ଅବସ୍ଥିତ । ଶୈବପୀଠଠାରୁ କିଛି ଦୂରରେ ବଙ୍ଗୋପ ସାଗର ସମୁଦ୍ର ବେଳାଭୂମି ରହିଛି । ସମୁଦ୍ର ଉଚ୍ଚ ଜୁଆର ଯୋଗୁଁ ଦିନକୁ ଦିନ କୂଳ ଖାଉଥିବା ଦେଖିବାକୁ ମିଳିଛି । ବନ ବିଭାଗ ପକ୍ଷରୁ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ର ବେଳାଭୂମିରେ ସିମେଣ୍ଟ କଂକ୍ରିଟରେ ପୋଲ ଦ୍ୱାରା ଜାଲବାଡ଼ ବନ୍ଧା ଯାଇଥିଲା । ଉକ୍ତ ଜାଲ ବାଡ଼ ଶୁକ୍ରବାର ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ରହିଛି ବୋଲି ପରିବେଶବିତ୍‌ ମାନେ ମତ ପ୍ରକାଶ କରିଛନ୍ତି । ପ୍ରକାଶ ଯୋଗ୍ୟ ଅଲିଭ ରିଡଲେଙ୍କ ସୁରକ୍ଷା ନିମନ୍ତେ ଗୋଖରକୁଦାଠାରୁ ପ୍ରାୟୋଗି ପର୍ଯ୍ୟନ୍ତ ବନ ବିଭାଗ ପକ୍ଷରୁ ଜାଲବାଡ଼ ବେରିକେଟ କରାଯାଇଛି । ଯାହା ଫଳରେ ବିଲୁଆ କୁକୁର ବେଳାଭୂମି ମଧ୍ୟରେ ପ୍ରବେଶ କରିପାରିବେନି ।

Leave A Reply

Your email address will not be published.

fourteen + sixteen =