jsm

ପାଇକମାଲ କୃଷକ ସଙ୍ଗଠନର ଆନ୍ଦୋଳନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର କୃଷକ ସଂଗଠନ ଆହ୍ୱାନ କ୍ରମେ ପାଇକମାଲ ବ୍ଲକ କୃଷକମାନଙ୍କର ହକ ମୌଳିକ ଅଧିକାର ପ୍ରାପ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ୨୦୨୧ ମସିହା ଅଦ୍ୟାବଧି ମିଳି ନଥିବାରୁ ଆଜି ପାଇକମାଲ ବ୍ଲକରେ ଉପସ୍ଥାପିତ ବ୍ଲକ ଅଫିସ, ରାଜସ୍ୱ ନିରୀକ୍ଷକ ଅଫିସ, ତହସିଲ ଅଫିସ, କୃଷକ ବିଭାଗ ଅଫିସକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ତାଲାବନ୍ଦ କରି ପ୍ରଶାସନକୁ ଅଚଳ କରି ଦିଆଯାଇଛି । ଏହା ଦ୍ୱାରା ପାଇକମାଲ ବ୍ଲକର କୃଷକମାନଙ୍କ ନ୍ୟାର୍ୟ୍ୟ ପ୍ରାପ୍ୟର ଧ୍ୱନିରେ ଓଡ଼ିଶା ସରକାରଙ୍କ ନିକଟକୁ ପହଞ୍ଚାଇବା ଏହା ପ୍ରଧାନ ଲକ୍ଷ୍ୟ ବୋଲି ରାଜ ବୋଡାସମ୍ବର କୃଷକ ସଙ୍ଗଠନ ନେତାମାନେ ମତବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି କ୍ଷତିପୂରଣ ଓ ଇନପୁଟ ସହାୟତା ଚାଷୀମାନଙ୍କ ଆକାଉଣ୍ଟ ଟଙ୍କା ନଆସିବା ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ଆନ୍ଦୋଳନ ପାଇକମାଲ ବ୍ଲକ କୃଷକ ସଙ୍ଗଠନ ସଭାପତି ବିଶ୍ୱନାଥ ରଣା, ସଂପାଦକ ବାଳକୃଷ୍ଣ ବନଛୋର, କୋଷାଧ୍ୟକ୍ଷ ରାହାସ ବିହାରୀ ସାହୁଙ୍କ ସମେତ ସକ୍ରିୟ କର୍ମୀ ବିପିନ ବିହାରୀ ଠାକୁର, ଗୋପତରାମ ବାରିକ, ଯୁଧିଷ୍ଠିର ସାହୁ, ପିତାମ୍ବର ସାହୁ, କ୍ଷୀରବତୀ ନାଏକ, ଭୁବନେଶ୍ୱର ପ୍ରଧାନ, କିଶୋର ପ୍ରଧାନ, ବନମାଳୀ ବନ୍ଦନ, ତପନ ବଢେଇ, ଶଶିଧର ରାଉତ, ଝାରବନ୍ଧରୁ ସନ୍ତୋଷ ବେହେରାଙ୍କ ସମେତ ଶତାଧିକ ଚାଷୀଗଣ ସାମିଲ ଥିଲେ ।

yuvodaya
Leave A Reply

Your email address will not be published.