ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା

ସମ୍ବଲପୁର : ସମ୍ବଲପୁର ସର୍କଲ ଜେଲ୍‌ରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକ ଜଣଙ୍କ ହେଲେ ସିନ୍ଦୁରପଙ୍କ ଅଞ୍ଚଳର ଧରଣୀଧର ମହାନନ୍ଦ । ଘରୋଇ କଳି ଓ ସ୍ତ୍ରୀକୁ ମାଡ଼ ମାରିବା ଅଭିଯୋଗରେ ଶନିବାର ସେ ଗିରଫ ହୋଇ ଜେଲ୍‌କୁ ଆସିଥିଲେ । ଆଜି ଭୋର ସକାଳୁ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ।

ସୂଚନା ଅନୁଯାୟୀ ଧରଣୀଧର ରବିବାର ସକାଳେ ଶୌଚ ହେବାକୁ ଯାଇଥିବା ବେଳେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏନେଇ ସାଥୀ କଏଦୀ ଜାଣିବା ପରେ ତାଙ୍କୁ ଉଦ୍ଧାର କରି ଜେଲ୍‌ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ଜଣାପଡିଛି ।

Leave A Reply

Your email address will not be published.

two × one =