pakka

ବିଷ ପିଇ ବିବାହିତା ମହିଳାଙ୍କ ଆତ୍ମହତ୍ୟା

bbehera

ନୂଆପଡ଼ା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଘାଟମାଲ ପଞ୍ଚାୟତ ତାଲାକୋଟ ଗ୍ରାମ ବେଲପାଟିପଡାର ବିମଲେ ବନ୍ଦିଚୋର (୨୭) ବୋଲି ଜଣେ ବିବାହିତା ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ବୁଧବାର ସଂନ୍ଧ୍ୟାରେ କୌଣସି କାରଣରୁ ନିଜ ମାନସିକ ସ୍ଥିତି ହରାଇ ଘରେ ବିଷ ପିଇ ଦେଇଥିବା ବେଳେ ପରିବାର ଲୋକେ ତୁରନ୍ତ ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ ଅଧିକ ଗୁରୁତର ହେବାରୁ ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟକୁ ସ୍ତାନାନ୍ତରୀତ କରିଥିଲେ । ହେଲେ ଜିଲ୍ଲା ଚିକିତ୍ସାଳୟ ନେବା ବେଳକୁ ଅଧା ବାଟରେ ମହିଲା ଜଣକଙ୍କ ଜୀବନ ଚାଲି ଯାଇଥିଲା । ତେବେ ମୃତ ଶରୀରକୁ ସିନାପାଲି ଫେରାଇ ଆଣି ପରିବାର ଲୋକେ ସିନାପାଲି ଥାନାରେ ଲିଖିତ ଅଭିଯୋଗ ଜଣାଇଥିଲେ । ଏନେଇ ସିନାପାଲି ଥାନାରେ ଏକ ମାମଲା ରୁଜୁ କରିଥିବା ସୂଚନା ମିଳିଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ପରିବାର ଲୋକେ ଶବଦାହ କରିଛନ୍ତି ।

jay balangir
Leave A Reply

Your email address will not be published.

19 + seven =