pakka

ସ୍ୱାମୀ ନିଜ ସ୍ତ୍ରୀକୁ ଘରେ ନ ରଖିବାରୁ ବାପ ଘରେ ବେକରେ ଶାଢ଼ୀ ଲଗାଇ ମହିଳାଙ୍କ ଆତ୍ମହତ୍ୟା

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଗଉଡପାଲି ଗାଁରେ ଏକ ଯୁବତୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆଜି ପବିତ୍ର ନୂଆଁଖାଇ ପର୍ବରେ ଲୋକେ ଖୁସିରେ ଥିବା ବେଳେ ଏଭଳି କାଣ୍ଡ ହୋଇଥିବା ଯୋଗୁଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନାଯୋଗ୍ୟ ଯେ, ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ମିତ୍ରଭାନୁ ବାଗଙ୍କ ଝିଅ ସଂଯୁକ୍ତା ବାଗ ଖପ୍ରାଖୋଲ ଥାନା ଗୋଡଭଙ୍ଗା ଗାଁର ପାଣ୍ଡବ ସଗଡିଆଙ୍କୁ ୬ ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ । ତାଙ୍କ ଗୋଟିଏ କନ୍ୟା ସନ୍ତାନ ଅଛି ଯାହାର ବୟସ ମାତ୍ର ୩ ବର୍ଷ ହେବ । ଝିଅର ମସ୍ତିଷ୍କ ବିକୃତି ହେବା କାରଣରୁ ନିଜ ଘରକୁ ଯା’ ଆସ କରୁଥିଲେ । ଏକ ମାସ ତଳେ ସ୍ୱାମୀ ତାଙ୍କୁ ଆଣି ବାପଘରେ ଛାଡ଼ି ଦେଇଥିଲେ । ବାପା ମିତ୍ରଭାନୁ ଝିଅକୁ ଖଡ଼ିଆଳ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରିବା ପରେ ଜାତି ସମାଜ ସହିତ ଝିଅକୁ ସ୍ୱାମୀ ପାଖରେ ନେଇ ଛାଡ଼ି ଦେଇଥିଲେ । ଗୋଡଭଙ୍ଗା ଗାଁର ଭଦ୍ରବ୍ୟକ୍ତି ଓ ସମାଜ ଲୋକଙ୍କ ସହ ଆଲୋଚନା କରାଯାଇଥିଲା । ସଭାରେ ପାଣ୍ଡବ ସଗଡିଆ ନିଜ ସ୍ତ୍ରୀକୁ ରଖିବା ପାଇଁ ରୋକ୍‌ଠୋକ୍ ମନା କରିଦେଲେ ଏବଂ ଡେଣା ଧରି ଘରୁ ବାହାର କରିଦେଲେ । ଆଜି ପବିତ୍ର ନୂଆଁଖାଇ ପର୍ବରେ ମହିଳା ଜଣକ ନିଜ ଶ୍ଵଶୁର ଘରେ ନ ରହିପାରିବା ଯୋଗୁଁ ବହୁ ଦୁଃଖରେ ଭାଙ୍ଗି ପଡିଥିଲେ ଓ ପରେ ଲୋକ ଲଜ୍ୟା ହୋଇ ବେକରେ ରସୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପ୍ରକାଶ ଥାଉକି ଯେତେବେଳେ ଝିଅ ଆତ୍ମହତ୍ୟା କରିଥିବା ଜାଣି ବାପା ମିତ୍ରଭାନୁ ଲରମ୍ଭା ଥାନାକୁ ସୂଚନା ଦେଲେ ତା’ପରେ ଲରମ୍ଭା ଥାନା ଅଧିକାରୀ ବାରିଣୀ ଦାସ ଓ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀରଂଜନ ରାଉତ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ଏବଂ ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.

two + nine =