pakka

ଦୁଇ କୋଭିଡ ଆକ୍ରାନ୍ତ ଚିହ୍ନଟ ପରେ ଆତଙ୍କ

bbehera

ଲୋଇସିଂହ, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକର ବୁର୍ଡା ଓ ଲୋଇସିଂହାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଆତଙ୍କର ବାତାବରଣ ଦେଖାଦେଇଛି । ଉଭୟ କେସ ପୁରୁଣା ହୋଇଥିବା ବେଳେ ଆକ୍ରାନ୍ତଙ୍କ ପରିବାର ଲୋକେ ଶତାଧିକ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାରୁ ଆଗାମୀ ଦିନରେ ଅଧିକ ପଜିଟିଭ ଚିହ୍ନଟ ହେବା ଆଶଙ୍କା ଦେଖାଦେଇଛି । ଅପରପକ୍ଷରେ ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଲୋଇସିଂହାର ୬୦ ବର୍ଷୀୟା ଆକ୍ରାନ୍ତ ମହିଳା ଜଣକୁ ବଲାଂଗୀର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବୁର୍ଡାର ଆକ୍ରାନ୍ତ ବ୍ୟକ୍ତି ଜଣକର ସପ୍ତାହକ ତଳେ ମୃତ୍ୟୁ ହୋଇଥିବା ଜଣାଯାଇଛି । ଉଭୟ କେସର ରିପୋର୍ଟ ଆସିବା ବେଳକୁ ଆକ୍ରାନ୍ତ ବ୍ୟକ୍ତିଙ୍କ ପରିବାର ଲୋକେ ଶତାଧିକ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସାରିଥିବା ଜଣାଯାଇଛି ।

Leave A Reply

Your email address will not be published.

four × five =