ତାରାସିଙ୍ଗି ରେଞ୍ଜ ଅଞ୍ଚଳରେ ଦନ୍ତା ଆତଙ୍କ

ଭଞ୍ଜନଗର : ତାରାସିଙ୍ଗି ରେଞ୍ଜ ଅଞ୍ଚଳରେ ଦନ୍ତା ଆତଙ୍କ । ବ୍ୟାପକ ଫସଲ ନଷ୍ଟ । ଭଞ୍ଜନଗର ଘୁମୁସର ବନଖଣ୍ଡ ତାରାସିଙ୍ଗି ରେଞ୍ଜ ଅଞ୍ଚଳରେ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି । ଗୋଠ ଛଡ଼ା ହୋଇଥିବା ଏହି ଦନ୍ତା କରଡ଼ାବଣି ଗାଁକୁ ପଶି ଆସିବା ସହ ବିଲରେ ଫସଲ ନଷ୍ଟ କରଛି । ଅନେକ ଲୋକଙ୍କ ମୁଗ ଓ ବିରି ଫସଲ ନଷ୍ଟ ହୋଇଥିବା ଖବର କିଳିଛି । ହାତୀ ଆକ୍ରମଣରେ ୨ଟି ଗାଈ ମଧ୍ୟ ଆହତ ହୋଇଛନ୍ତି । ହାତୀକୁ ଘଉଡ଼ାଇବାରେ ବନ ବିଭାଗ ବିଫଳ ହୋଇଥିବାରୁ ଏବେ ଭୟରେ ବିଲକୁ ଯାଉ ନାହାନ୍ତି ଲୋକେ । ହାତୀ ପାଇଁ କ୍ଷତିଗ୍ରସ୍ତ ହୋଇଥିବା ଲୋକେ କ୍ଷତିପୂରଣ ପାଇଁ ପ୍ରଶାସନକୁ ଗୁହାରି କରିଛନ୍ତି ।

Leave A Reply

Your email address will not be published.

7 + 4 =

error: Content is protected !!