ନୂଆପଡ଼ାରେ ପୁଣି ବାଘ ଆତଙ୍କ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ାରେ ପୁଣି ବାଘ ଆତଙ୍କ । ସଦର ରେଞ୍ଜ କୁକୁଡାଟାଲ ଗାଁ ପାଖ ମୁଶରଙ୍ଗି ଜଙ୍ଗଲ ପଥର ଉପରେ ବାଘ ବସିଥିବା ଦେଖିବାକୁ ମିଳିଛି । କିଛି ଦୂରରୁ ବାଘର ଫଟୋ ଓ ଭିଡିଓ ଗାଁ ଯୁବକମାନେ ରେକର୍ଡ କରିଛନ୍ତି । ଫଳରେ କୁକୁଡାଟାଲ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପୂର୍ବରୁ ସେହି ପଥର ଉପରେ ଦୁଇଟି ବାଘ ବସିଥିବା ଦେଖା ଦେଇଥିବା ବେଳେ ବର୍ତ୍ତମାନ ଗୋଟିଏ ବାଘ ବୁଲୁଥିବା ଲୋକେ ଦେଖିବାକୁ ପାଇଛନ୍ତି । ଏହା ବୁଧବାର ସନ୍ଧ୍ୟା ସମୟର ଘଟଣା ହୋଇଥିବା ବେଳେ ଗାଁରେ ବନ ବିଭାଗ କର୍ମଚାରୀ ପହଞ୍ଚି ଲୋକଙ୍କୁ ସଚେତନ କରାଇଛନ୍ତି ।

Leave A Reply

Your email address will not be published.

eighteen − 8 =

error: Content is protected !!