ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ୧ କୋଟିରୁ ଅଧିକ ଟଙ୍କାର ରୁପା : ୨ ଅଟକ

ସମ୍ବଲପୁର : ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ରୁପା । କାରର ସିକ୍ରେଟ ଚାମ୍ବରରୁ ଖୋଜୁଥିଲେ ଗଞ୍ଜେଇ, ମିଳିଲା ୧୧୦ କେଜିର ରୁପା ଇଟା । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୨୧ ଲକ୍ଷରୁ ଅଧିକ ହେବ । ସମ୍ବଲପୁର ଅବକାରୀ ବିଭାଗ ରେଙ୍ଗାଲି ଝୁରିପଡା ଛକରେ ଚୋରା ଗଞ୍ଜେଇ ଧରିବା ପାଇଁ ଜଗି ରହିଥିଲା । ଏକ କାର ଯାଉଥିବା ବେଳେ ସନ୍ଦେହ ହେବାରୁ ଅବକାରୀ ବିଭାଗ ଗାଡି ଯାଞ୍ଚ କରିଥିଲା । କାରର ସିକ୍ରେଟ ଚାମ୍ବରରୁ ବିପୁଳ ପରିମାଣର ରୁପା ଜବତ କରିଛି । ଏହି ରୁପା ମହାରାଷ୍ଟ୍ର ଗାଡ଼ିରେ ରାଞ୍ଚିକୁ ଚାଲାଣ କରାଯାଉଥିଲା । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି । ଉକ୍ତ ରୁପାର କୌଣସି ଆବଶ୍ୟକୀୟ କାଗଜପତ୍ର ଦେଖାଇ ପାରି ନଥିଲେ । ଅଧିକ ତଦନ୍ତ ପାଇଁ ପରେ ଉକ୍ତ ବ୍ୟକ୍ତିଙ୍କୁ ଜିଏସଟି ବିଭାଗକୁ ହସ୍ତାନ୍ତର କରାଯାଇଛି ।

jittmm
Leave A Reply

Your email address will not be published.