ls

ଆଶ୍ରମ ପରିସରରୁ ବାବାଙ୍କ ମୃତ ଦେହ ଉଦ୍ଧାର

sb

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲି କ୍ୟାମ୍ପ ନିକଟରେ ଅବସ୍ଥିତ ବାଳ ଯୋଗେଶ୍ୱରୀ ଆଶ୍ରମରୁ ଆଜି ‌ସ୍ୱାମୀ ଦାମୋଦର ସଦା ବାବା((୭୫) ମୃତ ଦେହକୁ ପୋଲିସ ଉଦ୍ଧାର କରିଛି । ଆଶ୍ରମ ବାହାରେ ତାଲା ପଡ଼ିଥିବା ବେଳେ ପରିସରରେ ମୃତ ଦେହ ପଡ଼ିଥିବାରୁ ଏହା ଏକ ହତ୍ୟାକାଣ୍ଡ ଭାବେ ପୋଲିସ ସନ୍ଦେହ କରୁଛି । ଅତାବିରା ଥାନା ଅଧିକାରୀ ପୁରୁଷୋତ୍ତମ ଭୋଇ, ଅତାବିରା ତହସିଲଦାର ଦୁର୍ୟ୍ୟୋଧନ ଭୋଇ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ସେହିପରି ଜିଲ୍ଲା ଏସପି ପଦ୍ମିନୀ ସାହୁ ଏବଂ ସମ୍ବଲପୁରରୁ ସାଇଣ୍ଟିଫିକ ଦଳ ମଧ୍ୟ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।

pc pk
Leave A Reply

Your email address will not be published.