jsm

ପ୍ରଗତି ଉତ୍କଳ ସଂଘର ମୋ ପ୍ରିୟ କବି ଓ କବିତା ଆସର

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ନବବର୍ଷ ଉପଲକ୍ଷେ ଏକ ସାରସ୍ଵତ କବିତା ” ମୋ ପ୍ରିୟ କବି ଓ କବିତା” ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପସଭାପତି ଡ. ପ୍ରଭାତ କୁମାର ମଲ୍ଲିକଙ୍କ ସଭାପତିତ୍ୱ ଓ ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି ଏକ ନିଆରା କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠାନକୁ ଧନ୍ୟବାଦ ଦେବା ସହ କବିମାନେ ନିଜର ପ୍ରିୟ ଓଡ଼ିଆ କାଳଜୟୀ କବିଙ୍କର କବିତା ପାଠ କରି ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବେ ବୋଲି ମତ ରଖିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ କବି ମଞ୍ଜୁଳା କୁମାରୀ ରଥଙ୍କ ସଭାପତିତ୍ୱ ଓ କବି ସୁସ୍ମିତା ମହାପାତ୍ର ଓ କବି ସ୍ମିତା ମିଶ୍ରଙ୍କ ସଂଯୋଜନାରେ ସର୍ବଶ୍ରୀ ଭାରତ ଭୂଷଣ ମହାନ୍ତି, ଡା. କୃପାସିନ୍ଧୁ ନାୟକ, ପାରେଶ୍ୱର ବିଶ୍ୱାଳ, ଅଜୟ ମହାନ୍ତି, ଗଦାଧର ରଥ, ବିଜୟ ଲକ୍ଷ୍ମୀ ପଟ୍ଟନାୟକ, ହରମୋହନ ମିଶ୍ର, ବିନିତା ମହନ୍ତ, ଗୀତାରାଣୀ ବେହେରା, ସସ୍ମିତା ପ୍ରଧାନ, ଶ୍ରୀଧର ସୁନା, ରଶ୍ମି ସାହୁ, ଅଶୋକ ପଟ୍ଟନାୟକ, ସୁଚିତ୍ରା ଲେଙ୍କା, ବ୍ରଜ ବିହାରୀ ଦାଶ, ଆର୍ତ୍ତତ୍ରାଣ ମହାପାତ୍ର, ସଂଜୀବ ଭୋଇ, ଦିବାକର ଦାସ, ଉପେନ୍ଦ୍ର ବସ୍ତିଆ, ସତ୍ୟନାରାୟଣ ଦାଶ, ଧୋବେଇ ବେହେରା, ଗଙ୍ଗାଧର ପୁହାଣ, ତ୍ରିଲୋଚନ ସ୍ୱାଇଁ, ସୁନିଲ ମହାନ୍ତି, ଅର୍ଚ୍ଚନା ପାତ୍ର, ନୃସିଂହ ଚରଣ ବିଶ୍ୱାଳ, ମୀନକେତନ ପଶାୟତ ତ୍ରିନାଥ ସିଂହ, ପରେଶ ବିଶ୍ୱାଳ, ରଜନୀ ସାହୁ, ମନୋଜ ଦାଶ, ଆଲୋକ ବୋଷ, ବିଜୟିନୀ ଜେନା, ବ୍ରଜେନ୍ଦ୍ର ଦାଶ, ରାଜୀବ ପାଣି, ରଘୁବର ଧଳ, ଶଶି ଭୂଷଣ ଦାସ ପ୍ରମୁଖ ନିଜ ପ୍ରିୟ କବିଙ୍କ କବିତା ପାଠ କରିଥିଲେ । ଏହି ଅବସରରେ ସଂଘର ନୂତନ ସଦସ୍ୟ ଭାବେ ସର୍ବଶ୍ରୀ ବିସ୍ମୟ ଦାସ, ପିତାମ୍ବର ପାଣିଗ୍ରାହୀ, ନାରାୟଣ ଦଳାଇ, ପବିତ୍ର ମହାପାତ୍ର, ରଜନୀ ସାହୁ ଓ ନୃସିଂହ ଚରଣ ବିଶ୍ୱାଳଙ୍କୁ ଗ୍ରହଣ କରାଯାଇଥିଲା । ଶେଷରେ ସାଧାରଣ ସମ୍ପାଦକ ରାଧାମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଘନଶ୍ୟାମ ଧଳ, ଅରବିନ୍ଦ ପାତ୍ର, ଶୁଭ୍ରାଂଶୁ ମହାପାତ୍ର, ଇନ୍ଦ୍ରମଣି ମହାପାତ୍ର, ପ୍ରସନ୍ନ ମହାନ୍ତି, ନାରାୟଣ ମହନ୍ତ, ପରିକ୍ଷିତ ଗୁରୁ, ପ୍ରମୋଦ କୁମାର ପତି, ଶାନ୍ତନୁ ମହାନ୍ତି, ଆଶ୍ରିତ ଦାସ, ଦେବେନ୍ଦ୍ର ଆଚାର୍ଯ୍ୟ, କୁଳମଣୀ ଦାସ, ଚିତ୍ତ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.