pakka

ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ଓ ବଟାନିକାଲ୍ ଗାର୍ଡେନ ବନ୍ଦ ରହିବ

bbehera

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ମେ ୧ ଅର୍ଥାତ ଆସନ୍ତାକାଲିଠାରୁ ନନ୍ଦନକାନନ ଓ ବଟାନିକାଲ୍ ଗାର୍ଡେନ ବନ୍ଦ ରହିବ ବୋଲି ନିଷ୍ପତ୍ତି ନେଇଛନ୍ତି । ପରେ ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ଚୂଡ଼ାନ୍ତ ହେବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ସୂଚନାନୁସାରେ, ୨୦୨୦ରେ ଲାଗୁ ହୋଇଥିବା ଲକଡାଉନ୍ ପରେ ଗତ ଅକ୍ଟୋବର ୪ ତାରିଖରେ ଖୋଲିଥିଲା ନନ୍ଦନକାନନ ଏବଂ ବଟାନିକାଲ ଗାର୍ଡେନ ମଧ୍ୟ ଖୋଲିଥିଲା । କିନ୍ତୁ ଏବେ ରାଜ୍ୟରେ କରୋନା ସଂକ୍ରମଣ ଅଧିକ ରହିଛି । ଏପରିକି ସଂକ୍ରମଣ ରୋକିବାକୁ ଅନେକ ଐତିହ୍ୟସ୍ଥଳୀକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ତେବେ ମେ ୧ରୁ ନନ୍ଦନକାନନକୁ ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.

eleven − 2 =