pakka

ଦିନକରେ ୩୬ ପଜିଟିଭ ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ବିଡ଼ିଓ : ଦୋକାନ, ବଜାରକୁ ୭ଦିନ ବନ୍ଦ୍ ପାଇଁ ସରପଞ୍ଚଙ୍କ ଚିଠି

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ଦେଓଗାଁ ବ୍ଲକ୍ ଉପରଝର ପଞ୍ଚାୟତ ଅଧିନରେ ୩୬ଜଣ ନୂଆଁ ସଂକ୍ରମଣ ଚିହ୍ନଟ ହୋଇଥିବା ନେଇ ସରକାରୀ ରିପୋର୍ଟ ଆସିବା ପରେ ଅଞ୍ଚଳରେ ଛନକା ପଶିଛି । ନୁଆଁପାଲି ଗାଁରୁ ବହୁ ଲୋକେ ସଂକ୍ରମିତ ହେବାର ଖବର ଜଣାପଡ଼ିବା ପରେ ଦେଓଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୂରଲୀଧର ନାୟକ ନୁଆଁପାଳି ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି । ଲୋକେ ଘରୁ ବାହାରିବାକୁ ମନା କରିବ ସହ କରୋନା ପରୀକ୍ଷା କରିନେବା ପାଇଁ ଅନୁରୋଧ କରିଛନ୍ତି । ଏହା ସହ ଆସନ୍ତା ୧ ତାରିଖ ଶନିବାରରୁ ୦୭/୦୫/୨୧ ପର୍ଯ୍ୟନ୍ତ ଏହାସହ ଉପରଝର ପଞ୍ଚାୟତର ସମସ୍ତ ଦୋକାନ, ସାପ୍ତାହିକ ବଜାରକୁ ମଧ୍ୟ ବନ୍ଦ କରିବାକୁ ସରପଞ୍ଚ ଶ୍ରୀମତୀ ପ୍ରମୋଦିନି ନାଏକ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

sixteen + three =