pakka

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରର ବରିଷ୍ଠ ଶିକ୍ଷକ ବୃନ୍ଦବାନ ଦାଶ ଅବସର ଗ୍ରହଣ କଲେ । କୋଭିଡ଼ ନିୟମ ପାଳନ କରି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସେବାଶ୍ରୀ ଭୋଇଙ୍କ ସଭାପତିତ୍ୱରେ ଏକ ନିରାଡ଼ମ୍ବର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ସଭାରେ ଶ୍ରୀ ଦାଶଙ୍କର ଅବସରୋତ୍ତୋର ଜୀବନ ସୁସ୍ଥମୟ ତଥା ଆନନ୍ଦମୟ ହେଉ ବୋଲି କାମନା କରାଯାଇଥିଲା । ଶ୍ରୀ ଦାଶ ତାଙ୍କ ସ୍ୱରଚିତ ଏକ କବିତା ତଥା ଏକ ଏକ ଗୀତା ବହି ସମସ୍ତଙ୍କୁ ପ୍ରଦାନ କରିଥିଲେ । ଶ୍ରୀ ଦାଶଙ୍କୁ ତାଙ୍କର ପେନସନ ପେପର ପ୍ରଧାନ ଶିକ୍ଷୟତ୍ରୀ ପ୍ରଦାନ କରିଥିଲେ । ଏହି ସଭାରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ସୁରେନ୍ଦ୍ର କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

three × five =