ଦାରିଦ୍ରତା ସାଜିଛି ବଞ୍ଚିବାରେ ବାଧକ : ଦୁର୍ଦିନରେ ଜୀବନ ବିତାଉଛନ୍ତି ଅସହାୟ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଗ୍ରାମ ବନ୍ଦପଡା ଠାରେ ରହୁଥିବା ଗୌରଚରଣ ସାହୁ(୭୫)ଙ୍କ ଦୁଇ ପୁଅ ଝିଅ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ପୁଅ ଝିଅଙ୍କ ଚିକତ୍ସା ବାବଦକୁ ଜମି ବାଡ଼ି, ସୁନା ରୁପା, ଏପରିକି ଘରର ବାସନ ମଧ୍ୟ ବିକ୍ରି ସରିଯାଇଛି । ହେଲେ ପୁଅ ଝିଅଙ୍କ ସ୍ଵାସ୍ଥ୍ୟରେ ଆଦୌ ସୁଧାର ଆସିନାହିଁ । ଦୁଇ ଛୁଆଙ୍କ ଚିକତ୍ସା ନିମନ୍ତେ ସୁଦୂର ବେଙ୍ଗଲୋର ନିମହାନ୍ସ ହସ୍ପିଟାଲ, ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ନେଇଯାଇଥିବା ବେଳେ କଟକ, ବୁର୍ଲା କଥା କିଏ ପଚାରେ । ଶେଷରେ ସବୁ ସରିଯିବା ପରେ ବାର ଘର ଶୁଣ୍ଡିପିଣ୍ଡା ସାଜି ଭାଗ୍ୟକୁ ଆଦରି ନିଜ ଅର୍ଧନିର୍ମିତ କୁଡ଼ିଆ ଘରେ ସହାୟତା ଅପେକ୍ଷାରେ ଚାହିଁ ରହିଛନ୍ତି ଅସହାୟ ପରିବାର । ଗୌରଚରଣ ସାହୁ(୭୫)ଙ୍କ ପରିବାର କହିଲେ ସ୍ତ୍ରୀ ଅମ୍ବିକା ସାହୁ ସମେତ ଦୁଇପୁଅ ଝିଅ ଯିଏକି ଦିନେ ଖେଳ କୂଦ କରି ଦୌଡୁ ଥିଲେ ଏବଂ ସ୍କୁଲରେ ପାଠ ମଧ୍ୟ ପଢ଼ୁଥିଲେ । ହେଲେ ହଠାତ ଏହି ହସଖୁସିର ପରିବାରକୁ ଗ୍ରହଣ ଲାଗିଯାଇଥିଲା ଏବଂ ଗୋଟେ ପରେ ଗୋଟେ ଉଭୟ ସନ୍ତାନ ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିକଳାଙ୍ଗ ହୋଇପଡିଥିଲେ । ଯେଉଁ ବୟସରେ ପୁଅ ଝିଅ ମା ବାପାଙ୍କ ସେବା କରିବା କଥା ସେ ବୟସରେ ବୃଦ୍ଧା ବାପା ମା ପୁଅ ଝିଅଙ୍କ ସେବା କରୁଛନ୍ତି । ଏପରିକି ସାମନ୍ୟ ପରିସ୍ରା, ଶୌଚ କରିବା ପାଇଁ ମଧ୍ୟ ଗୋଟିଏ ସ୍ଥାନରୁ ଅନ୍ୟା ସ୍ଥାନକୁ ବୋହିକି ନେବା ଆଣିବା କରିବାକୁ ପଡୁଛି । ମାଁ ବାପା ପିଲାଙ୍କ ଚିକିତ୍ସା ପାଇଁ ସବୁ କିଛି ବିକ୍ରି କରିଦେଇ ଦରିଦ୍ରତାକୁ ମଧ୍ୟ ଆଦରି ନେଲେ ଏବଂ ଏବେ ଜୀବନ ବଞ୍ଚାଇବା ପାଇଁ ଚାଲିଛି ସଂଘର୍ଷ । ସକାଳ ହେଲେ ଖାଦ୍ୟ ସଂଗ୍ରହ ପାଇଁ ଗରିବ ମାଁ ବାପାଙ୍କୁ ଘାରିଛି ବଡ଼ ଚିନ୍ତା । ସରକାରୀ ସ୍ତରରେ ମିଳୁଥିବା ୩୫କେଜି ଚାଉଳରେ ୨୦ଦିନ ଚଳିଯାଉଥିବା ବେଳେ ବାକି ଦିନମାନଙ୍କରେ ଭାତ ମୁଠାଏ ପାଇଁ ବେଶ ହଟ-ହଟା ହେବାକୁ ପଡୁଛି ବୃଦ୍ଧ ମା’ ବାପାଙ୍କୁ । ଏପରିକି ବେଳେ ବେଳେ ପେଟରେ ଓଦା କନା ଦେଇ ଭୋକ ଉପାସରେ ଶୋଇବାକୁ ପଡୁଛି । ସରକାରୀ ସ୍ତରରେ ମିଳୁଥିବା କିଛି ଭତା ପଇସା ଠୁ ଢେର ଅଧିକ ହେଉଛି ଔଷଧ ବାବଦକୁ ଖର୍ଚ୍ଛ । ବାକି ଦିନ ମାନଙ୍କରେ ଅନ୍ୟ ଘରେ କୂଳି, ମଜୁରୀ କରି କିଛି ଅର୍ଥ ଉପାର୍ଜନ ହୋଇଯାଇଥାଏ ହେଲେ ବର୍ତମାନ କରୋନା ସାଜିଛି କାଳ । ଏପରି ଅବସ୍ଥାରେ କେମିତି ଘରେ ଚୁଲି ଜଳିବ ? କେମିତି ଏମାନେ ବଞ୍ଚିବେ ତାହା ସମୟ କହିବ । ମାତ୍ର ଶୀଘ୍ର କିଛି ସରକାରୀ ସହାୟତା ଯୋଗାଇ ନଦେଲେ ସ୍ୱାଧୀନତାର ୭୩ବର୍ଷ ପରେ ମଧ୍ୟ ଆମକୁ ଅନାହାରରେ ମୃତ୍ୟ ଭଳିଆ ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିବ ।

Leave A Reply

Your email address will not be published.

eleven − 6 =