csstore

କନ୍ଧମାଳ ଛାତ୍ର କଂଗ୍ରେସର ଅଭିନବ ପ୍ରୟାସ : ସପ୍ତାହନ୍ତ ସଟ୍‌ଡାଉନରେ ଭୋକିଲା ପେଟକୁ ଖାଦ୍ୟ ପ୍ରଦାନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମଗ୍ର ଭାରତ ବର୍ଷରେ କରୋନାର ଭୟାବହ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସପ୍ତାହନ୍ତ ସଟ ଡାଉନ ଘୋଷଣା କରିଛନ୍ତି । କରୋନାର କରାଳ ଦାଉରୁ ସମାଜର ନିମ୍ନବର୍ଗର ଲୋକମାନେ ଆର୍ଥିକ ଅନାଟନ ମଧ୍ୟରେ ଦିନ ବିତାଉଛନ୍ତି । କନ୍ଧମାଳର ଏପରି ଏକ ଜାଗା ଅଛି ଯେଉଁଠି କି ଲୋକେ ଦି ଓଳି ଦି ମୁଠା ଖାଇ ପାରୁନାହାନ୍ତି, ଆଉ ଏବେ ମୂଲ ମଜୁରୀ ବି ବନ୍ଦ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଛାତ୍ର କଂଗ୍ରେସ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି । ବର୍ତ୍ତମାନ ଆରମ୍ଭ ହୋଇଥିବା କରୋନାର ଦ୍ୱିତୀୟ ଲହରର ସପ୍ତାହନ୍ତ ଗୁଡିକରେ ଛାତ୍ର କଂଗ୍ରେସ ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ୱରେ ବାହାରକୁ ଯାଇ ପାରୁନଥିବା କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୂତିମେଣ୍ଡି ପଞ୍ଚାୟତ ରେ ଥିବା ତକଳି, କୁଟିଲାଝର ଗ୍ରାମରେ ଏହି ଟିମ ପହଂଚି ଗ୍ରାମବାସୀମାନଙ୍କୁ ଖାଦ୍ୟ ପୁଡିଆ କରି ବଣ୍ଟନ କରିଥିଲେ । ଏହି ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ସମେତ ଅମରେଶ ଦନ୍ତ, ସୁବ୍ରତ ଦଣ୍ଡିଆ, ସମୀର ଦିଗଲ, ମାନସ ନାୟକ ଓ ସୈାରଭ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ସହଯୋଗର ହାତ ବଢ଼ାଇଥିଲେ ।

jayashree
Leave A Reply

Your email address will not be published.