csstore

ନାବାଳିକା ଝିଅକୁ ଘର ଭିତରେ ପଶି ଅସଦାଚରଣ : ଅଭିଯୁକ୍ତ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଧିନସ୍ଥ ନାନ୍ଦୁପଲା ଅଞ୍ଚଳରେ ଜଣେ ଦଳିତ ପରିବାରର ନାବାଳିକାଙ୍କୁ ଗ୍ରାମର ଜଣେ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ନାନ୍ଦୁପଲା ଗ୍ରାମର ପ୍ରମୋଦ ପଧାନଙ୍କ ପୁଅ ସନ୍ଦେଶ ପଧାନ(୨୦) ସୋମବାର ସନ୍ଧ୍ୟା ୫ଟା ସମୟରେ ସେହି ଗ୍ରାମର ଜଣେ ଦଳିତ ପରିବାରର ନାବାଳିକା ଝିଅ ଘରେ ଏକୁଟିଆ ଥିବା ସମୟରେ ଅଭିଯୁକ୍ତ ସନ୍ଦେଶ ଘର ଭିତରକୁ ପଶି ଝିଅ ସହିତ ଅସଦାଚରଣ କରିଥିବା ଝିଅର ବାପା ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଖପ୍ରାଖୋଲ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୨୮୦/୨୦୨୪ରେ ବିଏନ୍‌ଏସ୍‌ ୬୪/୬୨ ପୋକସୋ ଏବଂ ଏଟ୍ରୋସିଟି ଅଧିନିୟମ ଅନୁଯାୟୀ ଅଭିଯୁକ୍ତକୁ ବଲାଙ୍ଗିର କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.