csstore

ଆଦିବାସୀ ହାଇସ୍କୁଲ ମନେଇପାଦରେ ଅନ୍ତର୍ଜାତୀୟ ଆର୍ଟ ଅଫ୍‌ ଗିଭିଙ୍ଗ ଡେ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ଅଧିନସ୍ଥ ମନେଇପାଦ ଆଦିବାସୀ ହାଇସ୍କୁଲ ପରିସରରେ ୯ତମ ଆନ୍ତର୍ଜାତୀୟ ଆର୍ଟ ଅଫ୍‌ ଗିଭିଙ୍ଗ ଡେ ପାଳିତ ହୋଇଯାଇଛି । ହାଇସ୍କୁଲର ପ୍ରଧାନ ଶିକ୍ଷକ ଗରୁଡ଼ ସାମଲଙ୍କ ଅଧ୍ୟକ୍ଷତା ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଆର୍ଟ ଅଫ୍‌ ଗିଭିଙ୍ଗର ବିଷୟ ବସ୍ତୁ ବିଶ୍ୱରେ ମାନବ ସମାଜରେ ଶାନ୍ତି ମୈତ୍ରୀ ଖୁସି ପ୍ରତିଷ୍ଠା ପାଇଁ ଆଶା, ଖୁସି, ଏକତାର ବାର୍ତ୍ତା ପହଞ୍ଚାଇବା । ସନ୍ଥକବି ଭୀମ ଭୋଇଙ୍କ ଦର୍ଶନ ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁଁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ” ଆଦର୍ଶରେ ଅନୁପ୍ରାଣିତ ହୋଇ କିସ୍‌ କିଟର ପ୍ରତିଷ୍ଠାତା ଡ. ଅଚ୍ୟୁତାନନ୍ଦ ସାମନ୍ତ ମାନବ ସେବାରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି । ଡ. ସାମନ୍ତଙ୍କ ନିସ୍ଵାର୍ଥ ସମାଜ ସେବାକୁ ବକ୍ତାମାନେ ପ୍ରଶଂସା କରିଥିଲେ । ସଭା କାର୍ଯ୍ୟ ପରେ ଛାତ୍ରଛାତ୍ରୀମାନଙ୍କୁ ବିସ୍କୁଟ, ବଲ୍‌ପେନ ପ୍ରଦାନ କରାଯାଇଥିଲା । ପରିବେଶ ସୁରକ୍ଷା ସଚେତନତା ଉଦ୍ଦେଶ୍ୟରେ ସ୍କୁଲ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା ସୂଚନାଯୋଗ୍ୟ ଯେ, କିସ୍‌ କିଟ୍‌ର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ୧୭ ମେ’ ୨୦୧୩ରେ ଅନ୍ତର୍ଜାତୀୟ ଦେବାର କଳା ଦିବସ ପ୍ରତିଷ୍ଠା ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି ଯୋଗ ଦେଇଥିଲେ । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଘନ ଭୋଇ, ଲଳିତ ମଲ୍ଲିକ, ଗିରିଧାରୀ ଭୋଇ, ଲକ୍ଷ୍ମୀ ଶବର, ଗୁଣନିଧି ବର୍ଗେ ଓ ସ୍କୁଲର ଶିକ୍ଷକ ମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.