csstore

ମ.ରାମପୁରଠାରେ ୧୦ତମ ଆର୍ଟ ଅଫ୍‌ ଗିଭିଙ୍ଗ୍‌ ସମାରୋହ ଅନୁଷ୍ଠିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବୁରାଟ ସ୍ଥିତ ସେବା ଜଗତ ଆଦିବାସୀ ତାଲିମ କେନ୍ଦ୍ରରେ ଆଜି ୧୦ତମ ଆର୍ଟ ଅଫ୍‌ ଗିଭିଙ୍ଗ୍‌ ସମାରୋହ ଅନୁଷ୍ଠିତ ହୋଇଯାଇଛି । କିଟ୍‌ ଓ କିସ୍‌ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ବିଶିଷ୍ଟ ଶିକ୍ଷାବିତ ତଥା କନ୍ଧମାଳ ଜିଲ୍ଲାର ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ୨୦୧୩ ମସିହାରେ ମଇ ୧୭ ତାରିଖ ଦିନ ଆର୍ଟ ଅଫ ଗିଭିଙ୍ଗ ପ୍ରତିଷ୍ଠା ହୋଇଥିଲା । ସେହି ଦିନକୁ ମନେ ପକେଇବା ପାଇଁ ଆଜି ବିଶ୍ୱ ବ୍ୟାପି ଏହି ସମାରୋହ ପାଳନ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଉଦ୍ଧବ ପଣ୍ଡା, ସାହିତ୍ୟକ କବି ଯୁବ ସାମ୍ବାଦିକ ହେମନ୍ତ ସାହୁ, ବିବେକ ସେନା ପ୍ରତିଷ୍ଠାତା ଡଃ ଶିବରାମ ନାଏକ, କିସ୍‌ର ପୁରାତନ ଛାତ୍ର ତଥା ଏମ୍‌.ରାମପୁର ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାପୀଠ ଶିକ୍ଷକ କୁଳମଣି ପାତ୍ର, କିସ୍ ଷ୍ଟାପ ଗୀତା ନାଏକ, ସସ୍ମିତା ନାଏକ, ସୁନିତା ତାଣ୍ଡି ସେବା ଜଗତ କର୍ମୀ, ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ଦ୍ରୋଣାଚାର୍ଯ୍ୟ ମାଝୀ । ଏହି କାର୍ଯ୍ୟକ୍ରମରେ ୧୦୮ ଆମ୍ବୁଲାନ୍ସ ଡ଼୍ରାଇଭର, ଆଶା କର୍ମୀ, ଷ୍ଟାଫ୍ ନର୍ସ ପଞ୍ଚାୟତ ସଫେଇ କର୍ମଚାରୀଙ୍କୁ ଅତିଥିମାନଙ୍କ ଦ୍ଵାରା ଗିଫ୍ଟ ପ୍ରଦାନ କରିଥିବା ବେଳେ କିଟରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ଏବଂ ମହିଳା ପୁରୁଷ ଯୋଗଦେଇ ଥିଲେ ।

jayashree
Leave A Reply

Your email address will not be published.