ଅପେରା ପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ

ତେଲକୋଇ, କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ ପୂର୍ତ୍ତ ବିଭାଗର ରାସ୍ତା କୁସୁମ ଘାଟିରେ ଏକ ଅପେରା ପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ଦୁର୍ଯ୍ୟୋଧନ ମାଝୀ (୩୮) ଓ ବାଦଲ ମାଝୀ (୩୦) ଉଭୟଙ୍କୁ ପ୍ରଥମେ ତେଲକୋଇ ଡାକ୍ତରଖାନା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ତାରିଣୀ ଗଣନାଟ୍ୟର ଏକ ଟ୍ରକ୍‌ (ଓଡି-୦୧-ଏ-୧୦୩୯)ରେ ଜିନିଷପତ୍ର ବୋଝେଇ ହୋଇ କେନ୍ଦୁଝର ଜିଲ୍ଲା ଢେଙ୍କିକୋଟରୁ ତେଲକୋଇ ଥାନା ଦୁର୍ଲଭପୁର ଗ୍ରାମକୁ ଯାଉଥିଲା । କୁସୁମ ଘାଟିରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ସୁରକ୍ଷା ବାଡ଼ରେ ଧକ୍କା ହୋଇ ଅଟକି ଯାଇଥିଲା । ଖବର ପାଇ କାଞ୍ଜିପାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

3 × 3 =