jayashree

ଗରିମା ପରିବାରର ସିଜିନ ୨ ଶ୍ରେଷ୍ଠ ଓଡ଼ିଆଣୀ ଅଡିସନ୍‌ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଗରିମା ପରିବାର ଆୟୋଜିତ ସିଜିନ ୨ ଶ୍ରେଷ୍ଠ ଓଡ଼ିଆଣୀ ଅଡିସନ୍‌ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ପୃଷ୍ଠପୋଷକ ଶଙ୍କର ଜେନାଙ୍କ ଆବାହକତ୍ଵ ଅଧ୍ୟକ୍ଷା ନିହାରିକା ବସ୍ତିଆ ଓ ସଭାପତି ମମତା ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ସୁନିଲ କାୟଲ, ପୱନ ଅଗ୍ରୱାଲ, ଜିତେନ୍ଦ୍ର ବସ୍ତିଆ, ସନ୍ତୋଷ ଅଗ୍ରୱାଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମହିଳାଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନରେ ଆଣିବାକୁ ଏଭଳି କାର୍ଯ୍ୟକ୍ରମ ନିଶ୍ଚୟ ପ୍ରଶଂସନୀୟ ବୋଲି ମତ ରଖିଥିଲେ । ଏହି ଅବସରରେ ଜିଲ୍ଲାର ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ମହିଳା ଏହି ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଅଂଶଗ୍ରହଣକାରୀ ମଧ୍ୟରେ ପୂଜାପଦ୍ଧତି, ପ୍ରଶ୍ନୋତ୍ତରୀ, ବୁଦ୍ଧିମତା, ଝୋଟି ଓ ରୋଷେଇ ସମ୍ପର୍କୀତ ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ ବିଚାରକ ଭାବେ ନମ୍ରତା ପଣ୍ଡା, ସାଗରିକା ମହାନ୍ତି, କନକଲତା ମିଶ୍ର, କନକଲତା ଜେନା, ସସ୍ମିତା ପଟ୍ଟନାୟକ, ଜ୍ୟୋସ୍ନାରାଣୀ ନନ୍ଦ, ସରୋଜା ଚୌଧୁରୀ, ମେଘା ନାୟକ ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ । ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଆସନ୍ତା ୯ ତାରିଖ ଦିନ ସିଭିକ ସେଣ୍ଟର୍ ଠାରେ ହେବାକୁଥିବା ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଗରିମା ପରିବାର ତରଫରୁ କୁହାଯାଇଛି । ମୋନାଲିସା ସାହୁ, ମୋନାଲିସା ଗୌଡ ଓ ମୌସୁମୀ ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ପୃଷ୍ଠପୋଷକ ଲଳିତା ମୁଦାଲି, ଡ. ସମ୍ପାଦିକା ମହାନ୍ତି, ଡା ସ୍ୱୟଂ ସ୍ତୁତି ପଟ୍ଟନାୟକ, ସମ୍ପାଦିକା ଡ. ସରିତା ମଲ୍ଲ, ସୁମିତା ମହାନ୍ତି, ଲୁସି ଦାଶ, ପ୍ରଭାତୀ ଜେନା, ଶର୍ମିଲା ରାଜଗୁରୁ, ଶଙ୍ଖରିନା ପ୍ରଧାନ, ରେବତୀ ବାରିକ, ସନ୍ତୋଷୀ ମଲ୍ଲିକ, ଶାନ୍ତିଲତା ବାରିକ, ଦେବସ୍ମିତା ଶତପଥୀ, ମୀନାକ୍ଷୀ ପାଢ଼ୀ, ରଶ୍ମିତା ଚୌଧୁରୀ, ଲୀନା ତ୍ରିପାଠୀ, ମଞ୍ଜୁରାଣୀ ମେହେର, ଶୁଭଲକ୍ଷ୍ମୀ ପାତ୍ର, ରଞ୍ଜିତା ଶତପଥୀ, ମୀନତି ମୋଦି, ଗାୟତ୍ରୀ ମହାନ୍ତି, ରୀନୀ ବାନାର୍ଜୀ, ବ୍ରତତୀ ପ୍ରଧାନ, ଭାଗ୍ୟଶ୍ରୀ ଦାସ, ଅଞ୍ଜୁ ପାଣ୍ଡେ, ବିଷ୍ଣୁପ୍ରିୟା ଦାଶ, ରଶ୍ମି ନାୟକ, ସବିତା ମହାପାତ୍ର ଓ ଉପଦେଷ୍ଟା ରଶ୍ମିତ ସାହାଣୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.