csstore

ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଗାୟତ୍ରୀ ପରିବାର, ବଜରଙ୍ଗ ଦଳ ଓ ପତିତପାବନ ୟୁଥ୍ କ୍ଲବର ମିଳିତ ଆନୁକୂଲ୍ୟରେ ପୂର୍ବାହ୍ନ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଗୋଟିଏ ଘଣ୍ଟା ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସ୍ୱେଚ୍ଛାସେବୀମାନଙ୍କୁ ଫୁଲ ଚନ୍ଦନ ଦେଇ ବିଦ୍ୟାଳୟ ତରଫରୁ ସ୍ୱାଗତ କରାଯାଇଥିଲା । ତତ୍ପରେ ସ୍ୱେଚ୍ଛାସେବୀମାନେ ଶ୍ରମଦାନ କରି ବିଦ୍ୟାଳୟର ସମ୍ମୁଖଭାଗ ସଫେଇ କରିଥିଲେ । ବିଶିଷ୍ଟ ସମାଜସେବୀ ଜଗଦୀଶ କେଡିଆ, ରାଧାରମଣ କେଡିଆ, ସାଉଁରିଆ ଜୈନ, ସତୀଶ ଅଗ୍ରୱାଲ, ପ୍ରମୋଦ କୁମାର ସା, ଗୋପାଳ ସାମଲ, ଆଶୁତୋଷ କେଡିଆ, ବିଭୋର କେଡିଆ, ସୁରେଶ ଠେଟୁଆର୍, ଦୀପକ ସାହୁ, ଦୀପକ ଭୋଇ, ଦୁର୍ବାସା ଭୋଇ, ମିଥୁନ ସାହୁ, ବିଭୁ ପ୍ରସାଦ ଛତ୍ରିଆ, ବିବେକାନନ୍ଦ ବାଗ, ନିରଞ୍ଜନ ଶର୍ମା ପ୍ରମୁଖ ଉକ୍ତ ସ୍ୱଚ୍ଛା ମିଶନର ନେତୃତ୍ୱ ନେଇଥିଲେ । ଏଥିରେ ଶତାଧିକ ସ୍ୱେଚ୍ଛାସେବୀ ଓ ଅଭିଭାବକ ସ୍ୱେଚ୍ଛାକୃତ ଭାବେ ଯୋଗଦାନ କରିଥିଲେ । ଗାୟତ୍ରୀ ପରିବାର ତରଫରୁ ସମସ୍ତଙ୍କୁ ଜଳପାନ ବଣ୍ଟନ କରାଯାଇଥିଲା । ଶେଷରେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.