csstore

ଋଷିକୁଲ୍ୟା ମୁହାଁଣରୁ ୨ ମୃତଦେହ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଋଷିକୁଲ୍ୟା ମୁହାଁଣ ଓ ଋଷିକୁଲ୍ୟା ନଦୀକୂଳରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଋଷିକୁଲ୍ୟା ମୁହାଁଣ ଅଞ୍ଚଳରୁ ଜଣେ ମହିଳାଙ୍କ ଶବ ମିଳିଥିବା ବେଳେ ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତିନୁଆଗାଁ ପଂଚାୟତ ଶର୍ମା ଇଟାଭାଟି ନିକଟରେ ଥିବା ଋଷୁକୂଲ୍ୟା ନଦୀତଟ ପାର୍ଶ୍ଵରେ ଥିବା ଗଳିଆ ଶଙ୍ଖ ନିକଟରେ ଏକ ନବଜାତ ଶିଶୁ ପୁତ୍ରର ଶବ ସ୍ଥାନୀୟ ପୋଲିସ ଉଦ୍ଧାର କରି ତଦନ୍ତ କରୁଥିବା ଜଣାପଡ଼ିଛି । ମୃତକ ମହିଳା ଜଣଙ୍କ ହେଲେ ଅଗସ୍ତିନୁଆଗାଁ ପଞ୍ଚାୟତର ନୋଳିଆ ନୁଆଗାଁ ଗ୍ରାମର ମୃତକ ଏଙ୍ଗ ଯୋଗଲିଙ୍କ ଅବିବାହିତ ଝିଅ କାମନା (୫୩) ବୋଲି ଜଣାପଡିଛି । ଖବର ନେବାରେ ଜଣାପଡିଛି ରବିବାର ମଧ୍ୟାର୍ଣ୍ଣ ୨.୩୦ ମିନେଟ୍‌ ସମୟରେ ମହିଳା ଜଣଙ୍କ ଚିପ ସଂଗ୍ରହ କରିବା ପାଇଁ ମୁହାଁଣ ଅଞ୍ଚଳକୁ ଯାଇଥିବା ବେଳେ ଘରକୁ ଫେରିନଥିଲେ । ଘର ଲୋକ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ ତାଙ୍କର କୌଣସି ଖବର ମିଳିନଥିଲା । ସୋମବାର ସନ୍ଧ୍ୟାରେ ତାଙ୍କ ମୃତଦେହ ଋଷୁକୂଲ୍ୟା ମୁହାଁଣ ନିକଟରେ ଲାଗିଥିବା ଜଣାପଡିବା ପରେ ଗ୍ରାମବାସୀ ମୃତଦେହ ଉଦ୍ଧାର କରିଥିଲେ, ସ୍ଥାନୀୟ ପୋଲିସ ଖବର ପାଇ ଏସ୍‌ ଆଇ ଅନିରୁଦ୍ଧ ସିଂ ଓ ଛତ୍ରପୁର ଅଗ୍ନିଶମ ବିଭାଗ ପହଞ୍ଚିଥିଲେ । ଉଭୟ ମୃତଦେହକୁ ଶବବ୍ୟବଛେଦ ପାଇଁ ପଠାଇଥିବା ସହ ତଦନ୍ତ କରୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଚିପ୍‌ ଗୋଟାଉଥିବା ସମୟରେ ଉଚ୍ଚ ଲହଡି ଯୋଗୁଁ ସମୁଦ୍ର ଜଳରେ ଭାସିଯାଇ ତାଙ୍କର ମୃତ୍ୟୁ ହେଉଥିବା ଗ୍ରାମବାସୀ ଚର୍ଚ୍ଚା ହେଉଛି ।

jayashree
Leave A Reply

Your email address will not be published.