ନିର୍ଝରିଣୀ ଆନୁକୂଲ୍ୟରେ ପତ୍ରିକା ଉନ୍ମୋଚନ : କବିତା ପାଠ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖାର ମିଳିତ ଆନୁକୂଲ୍ୟରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ହିନ୍ଦୁ ନବବର୍ଷ ଅବସରରେ ବିବିଧ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ମହନ୍ତ ମହାରାଜ ବାବା ଅଦେତୈଚରଣ ଦାସ ମୁଖ୍ୟ ଅତିଥି, ଶିଶୁ ସାହିତ୍ୟିକା ସୁଶ୍ରୀ ସବିତା ଭୋଇ ମୁଖ୍ୟବକ୍ତା, ଈଶ୍ୱର ଚନ୍ଦ୍ର ଖମାରୀ, ଡ.ନାରାୟଣ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅନୁଷ୍ଠାନର ସଂପାଦକ ବିରଂଚି ନାରାୟଣ ଦାଶ ସଭା ପରିଚାଳନା, ସହ ସଂପାଦିକା ଅଞ୍ଜଳି ମାଝୀ ସ୍ୱାଗତ ଭାଷଣ, ଉପସଭାପତି ସୂର୍ଯ୍ୟକାନ୍ତ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବପ୍ରଥମେ ଅତିଥିମାନଙ୍କ ଦ୍ୱାରା ମା’ ସରସ୍ୱତୀ ଓ ଭାରତମାତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ପୂଜାର୍ଚ୍ଚନା କରାଯାଇଥିଲା । ତାପରେ ହିନ୍ଦୁ ନବବର୍ଷ ଓ ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁଙ୍କ ଜନ୍ମଦିନ ପାଳନ କରାଯାଇଥିଲା । ଏହି ଅବସରରେ ପୋଡପିଠା ଓ ଚକୁଳି ବଣ୍ଟନ କରାଯାଇଥିଲା । ବିରଂଚି ନାରାୟଣ ଦାଶଙ୍କ ଦ୍ଵାରା ସମ୍ପାଦିତ ତ୍ରୈମାସିକ ଶିଶୁ କିଶୋର ପତ୍ରିକା ମମତାର ଡୋରି ଓ ସୁଶ୍ରୀ ସବିତା ଭୋଇଙ୍କ ଶିଶୁ କବିତା ସଂକଳନ ଆକାଶକୁ ଯା’ଛୁଇଁ ଉନ୍ମୋଚିତ ହୋଇଥିଲା । ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଦାବ୍ରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ମଞ୍ଜୁଲତା ଧରୁଆ ଓ ଶ୍ରୀ ସାହୁଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ, ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ତାପରେ କବି ଅନ୍ତର୍ଯ୍ୟାମୀ ବରିହା, ଦୀନବନ୍ଧୁ ବଗର୍ତ୍ତୀ, କୁଞ୍ଜବିହାରୀ ବେହେରା, ନରେନ୍ଦ୍ର ସୁନା, ଥମିର ଛତ୍ରିଆ, ନିରୁପମା ମିଶ୍ର, ଅଞ୍ଜଳି ମାଝୀ, ପୂର୍ଣ୍ଣିମା ଖମାରୀ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ମମତା ପଣ୍ଡା, ଯୁବରାଜ ମେହେର, ଦାମୋଦର ସାହୁ, ରାଜେନ୍ଦ୍ର ସାହୁ, ଡା.ଜଗନ୍ନାଥ ଦାସ ଠାକୁର, କିଶୋର ବରିହା, କୁଳଦୀପ ସାହୁ, ଶଶୀଧର ନିଆଲ, ଶିଶୁ ମନ୍ଦିରର ପ୍ରାଧାନ ଶିକ୍ଷକ ଓ କର୍ମକର୍ତ୍ତା ବୃନ୍ଦ ସହଯୋଗ କରିଥିଲେ ।

Leave A Reply

Your email address will not be published.

4 × two =