pakka

ବିଜେପୁର ନିର୍ବାଚନ ମଣ୍ଡଳ ସ୍ତରୀୟ ବୁଥ୍‌ ବିଜୟ ଅଭିଯାନ

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ସାଧାରଣ ନିର୍ବାଚନ ଉପରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜେପୁର ସ୍ଥିତ ଜମିଦାରଙ୍କ ବାସଭବନ ପରିସରରେ ଏକ ବିରାଟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ତାଲପଦରରୁ ପଡା ଛକ ଦେଇ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ବିଜେପୁର ସହର ପରିକ୍ରମା କରିବା ପରେ ଉଭୟ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ ସନତ କୁମାର ଗଡତିୟାଙ୍କୁ ପୁଷ୍ପମାଲ୍ୟ ଦେଇ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି କର୍ମୀ ସମାବେଶକୁ ବରଗଡ଼ ଲୋକସଭା ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ, ବିଜେପୁର ବିଜେପି ବିଧାୟକ ପ୍ରାର୍ଥୀ ସନତ କୁମାର ଗଡତିୟା ଯୋଗଦେଇ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ତୃତୀୟ ଥର ସରକାର ଗଢ଼ିବାକୁ ଯାଉଛି । ଲୋକେ ମନସ୍ଥ କରି ସାରିଲେଣି ନରେନ୍ଦ୍ର ମୋଦୀ ଭାରତ ବର୍ଷରେ ଏକ ନୂଆଁ ଇତିହାସ ରଖିବାକୁ ଯାଉଛନ୍ତି । ସେଥିପାଇଁ ଅପ୍ କି ବାର୍…୪୦୦ ପାର୍ ନାରା ସାରା ଦେଶରେ ଗୁଞ୍ଜରିତ ହେବାରେ ଲାଗିଲାଣି । ସେଥିପାଇଁ ମୋଦୀଙ୍କୁ ଏଇ ୪୦୦ ପାରା ନାରା ଲକ୍ଷ୍ୟ ନେଇ ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ବିଜୟୀ କରିବାକୁ ଶ୍ରୀ ପୁରୋହିତ ନିବେଦନ କରିଥିଲେ । ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସନତ କୁମାର ଗଡତିୟା କହିଲେ ଯେ, ସହିବାର ଗୋଟାଏ ସୀମା ଅଛି, ସୀମା ଉଲଙ୍ଘନ କଲେ କୁପରିଣତି ଭୋଗିବାକୁ ହୋଇଥାଏ । ଯାହା ବିଜେଡି ସରକାରରେ ପ୍ରତିଫଳିତ ହେଉଛି । ଯାହା ଲୋକେ ଚଳିତ ନିର୍ବାଚନରେ ତାଙ୍କ ମ୍ୟାଜିକ ଦେଖାଇବେ । ଦୁର୍ନୀତି, ଭ୍ରଷ୍ଟାଚାର, ନାରୀ ଧର୍ଷଣ, ଖଣି ଖାଦାନ ଲୁଟ, ଚିଟଫଣ୍ଡ ଘୋଟାଲାରେ ସଂପୃକ୍ତ ଥିବା ନବୀନ ସରକାରଙ୍କୁ ଲୋକେ ମାପ କରି ପାରିବେ ନାହିଁ । ରାଜ୍ୟରେ ଅଫିସର ରାଜ ଚାଲିଛି । ଚଳିତ ନିର୍ବାଚନରେ ତାହା ପ୍ରତିଫଳିତ ହେବ ବୋଲି ଶ୍ରୀ ଗଡତିୟା ମତବ୍ୟକ୍ତ କରିବା ସାଙ୍ଗକୁ ଓଡ଼ିଶାରେ ବିଜେପି ଓ କେନ୍ଦ୍ରରେ ବିଜେପି ଡବଲ ଇଞ୍ଜିନ ସରକାର ଆସିଲେ ଓଡ଼ିଶା ମାନଚିତ୍ର ବଦଳି ଯିବ ବୋଲି ମତବ୍ୟକ୍ତ କରି ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ବିଜୟୀ କରିବାକୁ ଅନୁରୋଧ କରିଥିଲେ । ଏହି ବୁଥ୍‌ ବିଜୟ ଅଭିଯାନକୁ ବରପାଲି, ଗାଇସିଲେଟ, ବିଜେପୁର ଅଞ୍ଚଳର ହଜାର ସଂଖ୍ୟକ କର୍ମୀ ଗଣ ଯୋଗଦେଇ ଥିଲେ । ଲୋକସଭା ସଂଯୋଜକ ସୁରେଶ୍ଵର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ବିଧାନସଭା ପ୍ରଭାରୀ ସୁକାନ୍ତ ଦାଶ, ସୁରେନ୍ଦ୍ର ପାତ୍ର, ରାଜ୍ୟ ଏସ୍‌ସି ମୋର୍ଚ୍ଚା ସଂଯୋଜକ ପ୍ରମୋଦ ଛତର, ଲୋକସଭା ପ୍ରଭାରୀ ଶ୍ରୀମତୀ ସବିତା ନନ୍ଦ, ମଦନ ଦୀପ, ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ ଗଡତିଆ, ଅଜିତ ସାହୁ, ଅଜିତ ଦାଶଙ୍କ ସମେତ ମଣ୍ଡଳ ସଭାପତି, ସଭାନେତ୍ରୀ, ଜିଲ୍ଲାପରିଷଦ ସଦସ୍ୟ ଗଣ ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.

thirteen − ten =